fbpx

ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ସ୍ଥଗିତ ରଖିଲେ ଆନ୍ଧ୍ର ହାଇକୋର୍ଟ

ଆନ୍ଧ୍ରପ୍ରଦେଶ, ୬ା୪ (ଓଡିଶା ଭାସ୍କର) : ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ସ୍ଥଗିତ । ନିର୍ବାଚନ ଉପରେ ଆଜି ଆନ୍ଧ୍ର ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି । ଏନେଇ ଆନ୍ଧ୍ର ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ହାଇକୋର୍ଟ ଆଜି ଟିଡିପିର ଆବେଦନ ଉପରେ ଶୁଣାଣି କରି ସ୍ଥଗିତାଦେଶ ଜାରି କରିଛନ୍ତି । ଖବର ଅନୁଯାୟୀ, ସୁପ୍ରିମକୋର୍ଟର ନିର୍ଦ୍ଦେଶ ପାଳନ ହୋଇନଥିବାରୁ ଆନ୍ଧ୍ରର ପରିଷଦ ସଭ୍ୟ ଓ ଜିଳ୍ଲା ପରିଷଦ ନିର୍ବାଚନକୁ ବନ୍ଦ କରାଯାଇଛି । ବିଜ୍ଞପ୍ତି ଜାରି ହେବାର ଅଳ୍ପ ଦିନ ମଧ୍ୟରେ ନିର୍ବାଚନ କରିବାକୁ ଥିବାରୁ ସ୍ଥଗିତାଦେଶ ଜାରି ହୋଇଛି । ଏଣିକି କୋଟିଆରେ ମଧ୍ୟ ବନ୍ଦ ହେବ ଆନ୍ଧ୍ରର ନିର୍ବାଚନ ବୋଲି ସୁଚନା ପ୍ରକାଶ ପାଇଛି । ତେବେ ଆସନ୍ତା ୮ ତାରିଖରେ ନିର୍ବାଚନ ହେବାର ଥିଲା । ଯାହା ବର୍ତ୍ତମାନ ସ୍ଥଗିତ ରଖାଯାଇଛି ।

Get real time updates directly on you device, subscribe now.