ଶ୍ୱଶୁର ଘର ହେବ ତ ଏମିତି, ଜ୍ୱାଇଁଙ୍କୁ ବାଢ଼ିଲେ ୪୬୫ ପ୍ରକାରର ତିଅଣ-ଭଜା
Video: ଜ୍ୱାଇଁ ପୁଅ ନା ରଜାପୁଅ! ଆଖି ଖୋସି ହୋଇଗଲା ଭଳି ଖାଇବା ବାଢ଼ିଲେ ଶାଶୁ। ୪୬୫ ପ୍ରକାରର ବ୍ୟଞ୍ଜନ ଦେଖି ଜ୍ୱାଇଁ ତାଟକା।
ଅମରାବତୀ: ମକର ସଂକ୍ରାନ୍ତି ପର୍ବ ସବୁଠି ପାଳନ କରାଯାଏ, କିନ୍ତୁ ଦକ୍ଷିଣ ଭାରତରେ ଏହା କିଛି ନିଆରା ଢ଼ଙ୍ଗରେ ପାଳନ ହୁଏ, ପୋଙ୍ଗଲ ଭାବରେ। ଏହି ଦିନ କରାହୁଏ ଜ୍ୱାଇଁ ଡାକରା। ଜଣେ ଜ୍ୱାଇଁଙ୍କ ପାଇଁ ତାଙ୍କ ଶ୍ୱଶୁର ଘର ଲୋକ ଏଥର ପୋଙ୍ଗଲରେ ବାଢ଼ିଛନ୍ତି ୪୬୫ ପ୍ରକାରର ବ୍ୟଞ୍ଜନ।
ଗୋଦାବରୀ ଜିଲ୍ଲାର ଲୋକଙ୍କ ଅତିଥି ଚର୍ଚ୍ଚା ବହୁତ ପ୍ରସିଦ୍ଧ। ଏଠାରେ ଜ୍ୱାଇଁ ଚର୍ଚ୍ଚା ବି ନିଆରା। ଯଦି କୌଣସି ଘରକୁ ନୂଆ ଜ୍ୱାଇଁ ଆସିଛନ୍ତି ତେବେ ସମସ୍ତଙ୍କ ନଜର ସେହି ଘର ଉପରେ ରହେ।
ଜ୍ୱାଇଁ ଏହା ଆଶା କରିନଥିଲେ: ପୁଡୁଚେରୀର ୟାନାମରେ ଜଣେ ନୂଆ ଜ୍ୱାଇଁ ଏବଂ ତାଙ୍କ ଶ୍ୱଶୁରଙ୍କୁ ସମୁଦାୟ ୪୬୫ ପ୍ରକାରର ବ୍ୟଞ୍ଜନ ପରିବେଷଣ କରାଯାଇଥିଲା।
ଭେଙ୍କଟେଶ୍ୱରୀ ଦମ୍ପତିଙ୍କ ଏକମାତ୍ର ଝିଅ ୟାନ୍ୟା ଗତବର୍ଷ ବିଜୟୱାଡାର ଶିଳ୍ପପତି ସାକେତଙ୍କୁ ବିବାହ କରିଥିଲେ ୟାନାମ ଟ୍ରେଡ୍ ଆସୋସିଏସନର ସମ୍ମାନିତ ସଭାପତି ମଜେତି ସତ୍ୟଭାସ୍କର।
ଖାଇବା ଦେଖି ଆଖି ଟେରା: ଏହି ଅବସରରେ ନୂତନ ଜ୍ୱାଇଁଙ୍କୁ ପ୍ରଥମ ଉତ୍ସବରେ ନିମନ୍ତ୍ରଣ କରାଯାଇଥିଲା ଏବଂ ଏକ ସ୍ୱତନ୍ତ୍ର ରାତ୍ରୀ ଭୋଜନ କରି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାହା ମଧ୍ୟ ପାଖାପାଖି ୪୬୫ ପ୍ରକାରର ବ୍ୟଞ୍ଜନ ସହିତ।
ଗୋଟିଏ କଦଳୀ ପତ୍ରରେ ଛୋଟ ଛୋଟ କପ୍ ରେ ଏଭଳି ଶତାଧିକ ଖାଦ୍ୟ ରଖାଯାଇ ସୁନ୍ଦର ଭାବେ ସଜ୍ଜିତ କରାଯାଇଥିଲା। ଉଭୟ ଜ୍ୱାଇଁ ଓ ଝିଅଙ୍କୁ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରାଯାଇଥିଲା।
In an over-the-top show of love, a Yanam couple prepared a “happy meal” of 465 dishes for their son-in-law on the auspicious of Sankranti.
Last year, their daughter Harinya married Saket, a native of Andhra Pradesh’s Vijayawada. On their marriage’s first festive season of… pic.twitter.com/27mgeVV1by
— The Siasat Daily (@TheSiasatDaily) January 14, 2025
ମକର ମଉଜ: ପୋଙ୍ଗଲ ସମୟରେ ଗାଁରେ କୁକୁଡ଼ାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳେ ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ସଂକ୍ରାନ୍ତି ପର୍ବର ସୌନ୍ଦର୍ଯ୍ୟ ବଢ଼ାଇଥାଏ। ଏଥିସହିତ ଏହି ଅବସରରେ ଘରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ବିଷୟରେ କ’ଣ କହିବେ।
ସହର ଗୁଡ଼ିକ ଖାଲି ଦେଖାଯାଉଥିବା ବେଳେ ଗାଁର ରାସ୍ତାଘାଟ ଟ୍ରାଫିକ୍ ରେ ଭର୍ତ୍ତି ହୋଇଯାଏ। ଆନ୍ଧ୍ରପ୍ରଦେଶର ଗୋଦାବରୀ ଜିଲ୍ଲାର ଏହି ଜ୍ୱାଇଁ ଚର୍ଚ୍ଚା ଭାଇରାଲ ହୋଇ ଦେଶ-ବିଦେଶରେ ଚହଳ ସୃଷ୍ଟି କରିଛି।