fbpx

ରାସ୍ତା କଡରେ ଛିଡା ହୋଇଥିବା ଲରୀକୁ ପିଟିଲା କାର୍, ୨ ମହିଳା ଓ ଜଣେ ଶିଶୁକୁ ମିଶାଇ ଗୋଟିଏ ପରିବାରର ୬ ମୃତ

ରାଜାମହେନ୍ଦ୍ରଭରମ୍:ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରେ ଏକ ଭୟଙ୍କର ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଛି । ଦ୍ରୁତ ଗତିରେ ଆସୁଥିବା ଏକ କାର୍ ଏକ ଲରୀକୁ ଧକ୍କା ଦେବାରୁୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ପୂର୍ବ ଗୋଦାବରୀ ଜିଲ୍ଲା ନଲାଚରଲା ଗ୍ରାମରେ ସେହି ସମୟରେ ହୋଇଛି ଯେତେବେଳେ କାର୍ ରାଜପଥରେ ଭୁଲ୍ ଦିଗରେ ଗତି କରି ରାସ୍ତା କଡରେ ଛିଡା ହୋଇଥିବା ଏକ ଲରୀକୁ ଧକ୍କା ଦେଇଥିଲା ।

ପୋଲିସ କହିଛି ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସମସ୍ତ ୬ ଜଣ ବ୍ୟକ୍ତି ଗୋଟିଏ ପରିବାରର ସଦସ୍ୟ ଥିଲେ । ଏମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଏକ ଶିଶୁ ବି ରହିଛନ୍ତି । କାର୍ ରେ ବସିଥିବା ଲୋକମାନେ ବିଜୟୱାଡାରୁ ରାଜମହେନ୍ଦ୍ରଭରମ୍ ଆଡକୁ ଯାତ୍ରା କରୁଥିଲେ । ସମସ୍ତ ମୃତଦେହକୁ ପୋଷ୍ଟମର୍ଟମ ଲାଗି ହସ୍ପିଟାଲ୍ ପଠାଇ ଦିଆଯାଇଛି । ଏହି ଦୁର୍ଘଟଣା ସଂପର୍କରେ ପୋଲିସ ଅଧିକ ଯାଞ୍ଚ ଜାରି ରଖିଛି ।

Get real time updates directly on you device, subscribe now.