fbpx

UPSC Prelims Result 2023 : ପ୍ରକାଶ ପାଇଲା ୟୁପିଏସସି ପ୍ରିଲିମ୍ସ ପରୀକ୍ଷା ଫଳ , ସିଧାସଳଖ ଲିଙ୍କରୁ ଦେଖନ୍ତୁ

ନୂଆଦିଲ୍ଲୀ: ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (UPSC) ସିଭିଲ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଯେଉଁ ପ୍ରାର୍ଥୀମାନେ UPSC  ପରୀକ୍ଷାରେ ଉପସ୍ଥିତ ଥିଲେ, ସେମାନେ ଅଫିସିଆଲ୍ ୱେବସାଇଟ୍ upsc.gov.in ଏବଂ upsconline.nic.in ମାଧ୍ୟମରେ ଫଳାଫଳ ଚେକ୍ କରିପାରିବେ । ୨୮ ମଇ ୨୦୨୩ ରେ UPSC Prelims ପରୀକ୍ଷା ହୋଇଥିଲା । ଏହାର ୱେବସାଇଟ୍ ରେ ଏକPDF ଫାଇଲ୍ ରହିଛି ଯେଉଁଥିରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କ ନାମ ରହିଛି ।

୧୫ ସେପ୍ଟେମ୍ବର ୨୦୨୩ ରେ UPSC ସିଭିଲ ସର୍ଭିସେସ୍ ମୁଖ୍ୟ ପରୀକ୍ଷା ୨୦୨୩ ଆୟୋଜିତ ହେବ । ସେହି ପ୍ରାର୍ଥୀମାନେ ଯେଉଁମାନେ ପ୍ରିଲିମ୍ ରେ ଯୋଗ୍ୟତା ହାସଲ କରିବେ ସେମାନେ ଏହି ପରୀକ୍ଷାରେ ଉପସ୍ଥିତ ହେବେ ।

Get real time updates directly on you device, subscribe now.