fbpx

ବିପଦରେ Android Phone ବ୍ୟବହାର କରୁଥିବା ବ୍ୟାଙ୍କ ଗ୍ରାହକ: ସତର୍କ ରହିବାକୁ ଚେତାବନୀ ଦେଲା ଏହି କେନ୍ଦ୍ରୀୟ ସଂସ୍ଥା

ନୂଆଦିଲ୍ଲୀ: ଯଦି ଆପଣ ଆଣ୍ଡ୍ରଏଡ ଫୋନରେ ଅନଲାଇନ ବ୍ୟାଙ୍କିଂ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି । ଦେଶର ଫେଡେରାଲ ସାଇବର ସିକ୍ୟୁରିଟି ଏଜେନ୍ସି ନିକଟରେ ଏକ ତାଜା ଆଡଭାଇଜରୀ ଜାରି କରିଛି । ଭାରତୀୟ ସାଇବର ସ୍ପେସରେ ଏକ ବ୍ୟାଙ୍କିଂ ଟ୍ରୋଜନ ମାଲୱେରର ସନ୍ଧାନ ମିଳିଛି, ଯାହାକି ଆଣ୍ଡ୍ରଏଡ ଫୋନ ବ୍ୟବହାର କରୁଥିବା ବ୍ୟାଙ୍କ ଗ୍ରାହକଙ୍କ ଉପରେ ଆକ୍ରମଣ କରିବା ନେଇ ପ୍ରସ୍ତୁତ ରହିଛି । ଏହା ପୂର୍ବରୁ ୨୭ରୁ ଅଧିକ ପବ୍ଲିକ ଓ ପ୍ରାଇଭେଟ ସେକ୍ଟର ବ୍ୟାଙ୍କକୁ ଟାର୍ଗେଟ୍ କରିସାରିଥିବା କୁହାଯାଇଛି ।

ଭାରତୀୟ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ୍ (ସର୍ଟ-ଇନ) ପକ୍ଷରୁ କୁହାଯାଇଛି ଯେ, ଫିସିଂ ମାଲୱେର ‘ଇନକମ ଟ୍ୟାକ୍ସ ରିଫଣ୍ଡ’ ପରି ଦୃଶ୍ୟମାନ ହୋଇଥାଏ । ଏହା ଗ୍ରାହକଙ୍କ ଡାଟାର ଗୋପନୀୟତାକୁ ପ୍ରଭାବୀ ଢଙ୍ଗରେ ବିପଦ ଆଡ଼କୁ ଟାଣି ନେଇଥାଏ । ପରିଣାମସ୍ୱରୂପ ଆପଣଙ୍କର ସହ ବଡ଼ ଧରଣର କ୍ଷତି ଓ ଆର୍ଥିକ ଧୋକାବାଜି ହେବାର ସମ୍ଭାବନା ରହିଛି । ଭାରତୀୟ ବ୍ୟାଙ୍କିଂ ଗ୍ରାହକଙ୍କୁ ଡ୍ରିନିକ ଆଣ୍ଡ୍ରଏଡ ମାଲୱେର ମାଧ୍ୟମରେ ନିଶାନା ବନାଯାଉଛି । ଗତ ୨୦୧୬ରେ ଡ୍ରିନିକ୍ ପ୍ରଥମେ ଏସଏମଏସ ମାଧ୍ୟମରେ ଲୋକଙ୍କୁ ଟାର୍ଗେଟ୍ କରିଥିଲା । ବର୍ତ୍ତମାନ ଏହା ବ୍ୟାଙ୍କିଂ ଟ୍ରୋଜନ ରୂପରେ ବିକଶିତ ହୋଇ ୟୁଜର୍ସଙ୍କୁ ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କିଂ ତଥ୍ୟ ଯୋଗାଇବା ନାମରେ ଠକୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.