fbpx

ଜବରଦଖଲ ଉଚ୍ଛେଦକୁ ବିରୋଧ କରି ହିଂସାକାଣ୍ଡ: ପୋଲିସ ଗୁଳିରେ ୨ ମୃତ

ଦରାଙ୍ଗ: ଆସାମରେ ଜବରଦଖଲକୁ ନେଇ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଦାରଙ୍ଗ ଜିଲ୍ଲା ଧୌଲପୁର ଗୋରୁଖୁଟି ଅଞ୍ଚଳରେ ସ୍ଥାନୀୟ ଲୋକେ ଓ ପୋଲିସ ମଧ୍ୟରେ ହୋଇଛି ଏହି ହିଂସାକାଣ୍ଡ । ପୋଲିସ ଗୁଳିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେହିପରି ବିକ୍ଷୋଭକାରୀଙ୍କ ଆକ୍ରମଣରେ ୯ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ।

ତେବେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି । ପୋଲିସର ଗୁଳିମାଡ଼ ପ୍ରତିବାଦରେ ସଂଖ୍ୟାଲଘୁ ଛାତ୍ର ସଂଗଠନ ବନ୍ଦ ଡାକରା ଦେଇଛି । ସଂଗଠନର ୧୨ ଘଣ୍ଟିଆ ବନ୍ଦ ଡାକରାକୁ ବିଭିନ୍ନ ସଂଗଠନ ଓ ଦଳଗୁଡିକ ସମର୍ଥନ ମଧ୍ୟ କରିଛନ୍ତି ।

Get real time updates directly on you device, subscribe now.