fbpx

ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ଜଳବାୟୁ ସତ୍ୟାଗ୍ରହ ଆୟୋଜିତ

ଭୁବନେଶ୍ୱର(ଓଡିଶା ଭାସ୍କର): ବିଶ୍ଵବ୍ୟାପୀ ଜଳବାୟୁ ସତ୍ୟାଗ୍ରହ ୨୦୨୧ ଆଜି ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ବିଲୁପ୍ତ ବିପ୍ଳବ ଓଡିଶା ଓ ଫ୍ରାଇଡେ ଫର ଫିଉଚର ପକ୍ଷରୁ ଆୟୋଜିତ ହୋଇଯାଇଛି । ପାଖାପାଖି ବିଶ୍ବର ୧୬୫ ଦେଶରେ ଜଳବାୟୁ ପାଇଁ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଛି । ଜୀବଜଗତ ବା ପ୍ରାଣୀସମୂହ ଈଶ୍ୱରଙ୍କ ଏକ ଅନନ୍ୟ ସୃଷ୍ଟି । ମାନବ ସଭ୍ୟତାର ଆଧୁନିକୀକରଣ ପାଇଁ ଜୀବଜଗତ ସମୂହକୁ ଧ୍ବଂସାଭିମୁଖୀ ଆଡକୁ ନେଇଯାଉଛି ।

ସମୟ କ୍ରମେ ଅତ୍ୟାଧୁନିକ କଳକାରଖାନା ଦିନକୁ ଦିନ ବଢ଼ିବାରେ ଲାଗିଛି । ପରମାଣୁ ପରୀକ୍ଷଣ ଓ ଅତ୍ୟଧିକ ମଟର ଯାନ ଚାଳନାର ପରିମାଣ ବଢ଼ିବାରେ ଲାଗିଛି । ସେହିପରି ଭାବେ ପ୍ଲାଷ୍ଟିକର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି । ପଲିଥିନ ବ୍ୟବହାର ଉପରେ ରୋକ ଲାଗିଥିଲେ ମଧ୍ୟ ସରକାର ଏଥିପ୍ରତି ଦୃଷ୍ଟି ନଦେବା ଏବଂ କେବଳ ବିକାଶ ଆଡୁଆଳ ରେ ବିନାଶ ଆଡକୁ ଟାଣି ନେଉଛନ୍ତି । ହଜାର ହଜାର ଜଙ୍ଗଲ ଜମିରେ ଥିବା ବନାନୀକୁ ସଫା କରିଦେଉଛନ୍ତି । ସେଠାରେ ଥିବା ଜୀବଜନ୍ତୁ ଅସହାୟ ହୋଇ ମୃତ୍ୟୁ ବରଣ କରୁଛନ୍ତି । ପରିବେଶ ଦିନକୁ ଦିନ ବିଗିଡ଼ିବା ରେ ଲାଗିଛି । ବନ ବିଭାଗ ଆବଶ୍ୟକ ପରିମାଣର ବୃକ୍ଷ ରୋପଣ ଏବଂ ଏହାର ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେଉ ନାହିଁ ।

କାର୍ବନ ଡ଼ାଇଅକ୍ସାଇଡର ପରିମାଣ ବଢୁଛି ଭାରତର ବଡ଼ ବଡ଼ ସହର ରେ ସ୍ମଗ ସୃଷ୍ଟି ହେଉଛି। ଦିନକୁ ଦିନ ଶ୍ୱାସ ରୋଗୀଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି । ବିଶ୍ୱ ତାପମାତ୍ରା ବୃଦ୍ଧି ଯୋଗୁଁ କେତେକ ପ୍ରାଣୀ ବିଲୁପ୍ତ ପ୍ରାୟ । ଦିନକୁ ଦିନ ସମୁଦ୍ର ପତନ ବଢ଼ିବାରେ ଲାଗିଛି କ୍ଷ ଦିନକୁ ଦିନ ବାତ୍ୟା, ବନ୍ୟା, ମରୁଡି ପରି ପ୍ରାକୃତିକ ଏବଂ ମନୁଷ୍ୟକୃତ ବିପର୍ୟୟ ବଢ଼ିବାରେ ଲାଗିଛି । ପରିବେଶ ପ୍ରତି ଧ୍ୟାନ ନଦେବା ଦ୍ୱାରା ଆମ ସହିତ ଆମ ଉତ୍ତରପିଢ଼ି ଙ୍କ ପାଖରେ ଆମେ ନିଜକୁ ଦୋଷୀ ଭାବେ ବିବେଚନା କରିବା ଥୟ ।

ତେବେ ଏହି କାର୍ୟ୍ୟକ୍ରମରେ ବିଲୁପ୍ତ ବିପ୍ଳବ ଓଡିଶାର ସଂଯୋଜକ ଅରୁଣ କୁମାର ସାମନ୍ତରାୟ, ମଳୟ ତ୍ରିପାଠୀ, ଖଗେଶ୍ବର ବଳ, ଜଳେନ୍ଦ୍ର ମହାଳିକ, ଶୁଭେନ୍ଦୁ ରାଉତରାୟ, ପ୍ରଭାତ କୁମାର ରାଉତରାୟ ,ବିକ୍ରମ କୁମାର ନାୟକ, ଲକ୍ଷ୍ମୀଧର ଆଚାର୍ୟ୍ୟ ଓ ଅନ୍ୟାନ୍ୟ କର୍ମୀ ସତ୍ୟାଗ୍ରହରେ ଯୋଗ ଦେଇଥିଲେ ।

Get real time updates directly on you device, subscribe now.