fbpx

ଅପରେସନ୍ ହାତୀ: ନଦୀ ମଝିରେ ଓଲଟିଲା ଓଡ୍ରାଫ୍ ବୋଟ୍

କଟକ(ଓଡ଼ିଶା ଭାସ୍କର): ଦୀର୍ଘ ୭ ଘଣ୍ଟା ହେଲା ମୁଣ୍ଡଳୀ ବ୍ୟାରେଜ୍ ରେ କୁନି ହାତୀ ଫସି ରହିଛି । ତେବେ ତାକୁ ଉଦ୍ଧାର କରିବାକୁ ନଦୀ ମଝିକୁ ଯାଇଥିବା ଓଡ୍ରାଫ୍ ବୋଟ୍ ବି ଓଲଟି ଯାଇଛି । ହାତୀକୁ କୂଳକୁ ଘଉଡ଼ାଇବାକୁ ବେଳେ ପାଣି ସ୍ରୋତରେ ଓଲଟି ଗଲା ବୋଟ୍ । ରବର୍ ବୋଟ୍ ରେ ଅପରେସନ୍ ରେ ସାମିଲ ଥିଲେ ଏହି ଓଡ୍ରାଫ୍ ଟିମ୍ । ବର୍ତ୍ତମାନ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ନଦୀ ସ୍ରୋତରେ ଫସିଯାଇଥିବା ଯବାନ ମାନଙ୍କୁ ଉଦ୍ଧାର ଉଦ୍ୟମ ଜାରି ରହିଛି ।

Get real time updates directly on you device, subscribe now.