fbpx

ବନ୍ଦ ସତ୍ୱେ ଅଙ୍ଗନବାଡି ଶିଶୁଙ୍କୁ ମିଳିବ ଖାଦ୍ୟ

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): କରୋନା ଭାଇରସ ପାଇଁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସବୁଆଡେ ସ୍କୁଲ କଲେଜ ବନ୍ଦ ହୋଇଛି । କିନ୍ତୁ ବନ୍ଦ ସତ୍ୱେ ଅଙ୍ଗନବାଡି ଶିଶୁଙ୍କୁ ଖାଦ୍ୟ ମିଳିବ ବୋଲି ରାଜ୍ୟ ସରକାର କହିଛନ୍ତି । ସକାଳ ଜଳଖିଆ ଓ ଗରମ ରନ୍ଧା ଖାଦ୍ୟ ପାଇଁ ସମସ୍ତ ଶୁଖିଲା ରାସନ୍ ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ହିତାଧିକାରୀଙ୍କ ଗୃହରେ ସିଧାସଳଖ ଯୋଗାଇଦେବାର ବ୍ୟବସ୍ଥା କରିବେ ।

ସେହିପରି ପ୍ରତି ଗ୍ରାମର ଏଏନମ୍ ବା ଆଶା କର୍ମୀମାନଙ୍କ ପାଖରେ ଅତ୍ୟାବଶୀକ ଔଷଧ ଯଥା ପାରାସିଟାମଲ, ଓରାଏସ୍ ଇତ୍ୟାଦି ଉପଲବ୍ଧ ହେବ । ଏହା ବ୍ୟତିତ ଅତ୍ୟାବଶ୍ୟକ ଏବଂ ଜୀବନ ରକ୍ଷାକାରୀ ଔଷଧ ରାଜ୍ୟର ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ନିରାମୟ କାଉଣ୍ଟରରେ ଉପଲବ୍ଧ କରାଯିବାର ବ୍ୟବସ୍ଥା ହୋଇଛି ।

Get real time updates directly on you device, subscribe now.