fbpx
BSKY
BJD MC SKY
BJD YOUTH SKY

ହ୍ୱାଟସଆପ୍ ଷ୍ଟାଟସ୍ ରୁ ହତ୍ୟାକାଣ୍ଡ; ଜଣେ ମୃତ, ୩ ଗିରଫ

ମୁମ୍ବାଇ: ଝିମିଟି ଖେଳରୁ ମହାଭାରତ । ଏକ ସାମାନ୍ୟ କଥାକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଓ ତାପରେ ହତ୍ୟା । ହ୍ୱାଟସ୍‌ଆପ୍‌ରେ ଷ୍ଟାଟସ୍‌ ଅପଡେଟ୍‌କୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି । ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଫେବୃଆରୀ ୧୦ରେ ଏହି ଘଟଣା ଘଟିଛି । ଘଟଣାରେ ପୁଲିସ ଜଣେ ପୁରୁଷଙ୍କ ସହ ୨ ଜଣ ମହିଳାଙ୍କୁ ଗିରଫ କରିଛି ।

ପୁଲିସ ସୁତ୍ରରୁ ମିଳିଥିବା ସୂଚନା ମୁତାବକ, ପ୍ରୀତିପ୍ରସାଦ(୨୦) ନାମକ ଜଣେ ଯୁବତୀ ତାଙ୍କ ହ୍ୱାଟ୍ସ୍‌ଆପ୍‌ରେ ଏକ ଷ୍ଟାଟସ୍ ଅପଡେଟ୍ କରିଥିଲେ । ଯାହାକୁ ନେଇ ତାଙ୍କ ପଡ଼ୋଶୀ ବାନ୍ଧବୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ପଡ଼ୋଶୀ ବାନ୍ଧବୀ ତାଙ୍କ ମା’ ଏବଂ ଭାଇ ପ୍ରୀତିପ୍ରସାଦଙ୍କ ଘରକୁ ଯାଇଥିବା ବେଳେ ସେଠାରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟିଥିଲା । ସଂଘର୍ଷରେ ମାରପିଟ୍ ମଧ୍ୟ ହୋଇଥିଲା । ଏଥିରେ ପ୍ରୀତିପ୍ରସାଦଙ୍କ ମା ଲୀଳାବତୀ ଦେବୀ ଗୁରୁତର ହୋଇଥିଲେ । ପରେ ତାଙ୍କୁ ସଙ୍ଗେ ସଙ୍ଗେ ହସପିଟାଲ ନିଆଯାଇଥିଲା । କିନ୍ତୁ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଛି ।

ପୀଡ଼ିତାଙ୍କ ଅଭିଯୋଗ କ୍ରମେ ପୋଲିସ୍ ଆଇପିସି ଧାରା ୩୦୪ ଦଫା ଲଗାଇବା ସହ ସମ୍ପୃକ୍ତ ନାବାଳିକା ସହ ତାଙ୍କ ପରିବାରର ଆଉ ୨ ଜଣଙ୍କୁ ଗରଫ କରିଛି । ତେବେ ହ୍ୱାଟସ୍‌ଆପ ଷ୍ଟାଟସ୍‌ ସମ୍ପର୍କରେ ପୁଲିସ କିଛି ଖୁଲାସା କରିବାକୁ ସଫା ସଫା ମନା କରିଦେଇଛି।

Get real time updates directly on you device, subscribe now.