fbpx

ଓଠକୁ କଳା କରିପାରେ ଆପଣଙ୍କ ଏହି ଖରାପ ଅଭ୍ୟାସ, ଏପରି ନିଅନ୍ତୁ ଯତ୍ନ

ସୁନ୍ଦର ଓ ଆକର୍ଷଣୀୟ ଓଠ କିଏ ବା ନଚାହେଁ । ଖାସକରି ମହିଳାମାନେ ଚାହାଁନ୍ତି କି ସେମାନଙ୍କ ଓଠ ଗୋଲାପୀ, ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଉ । କିନ୍ତୁ ବେଳେବେଳେ ଖରାପ ଅଭ୍ୟାସ ଯୋଗୁଁ ଓଠ କଳା ହେବା ସହିତ ଶୁଖିଲା ହୋଇଯାଏ । ଏହି କଳା ଓଠ ଯୋଗୁଁ ଅନେକ ଥର ଲଜ୍ଜାର ସମ୍ମୁଖୀନ ହେବାକୁ ମଧ୍ୟ ପଡ଼ିଥାଏ । ଏପରି ପରିସ୍ଥିତିରେ ଯଦି ଆପଣଙ୍କ ଓଠ କଳା ଅଛି ଓ ଆପଣ ଏହି ସମସ୍ୟାରୁ ମୁକ୍ତି ଚାହାଁନ୍ତି, ତେବେ ସେଥିପାଇଁ କିଛି ଉପାୟ ରହିଛି ।

ଡେଡ୍ ସ୍କିନ୍

– ଓଠରେ ମୃତ ଚର୍ମ କୋଷଗୁଡ଼ିକର ଏକ ସ୍ତର ଜମା ହୋଇଥାଏ, ଯାହାକୁ ବାହାର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମୃତ ଚର୍ମ ଦ୍ୱାରା ଓଠରେ ଫାଟ ଦେଖାଦେଇଥାଏ । ଏହା ଫଳରେ ଓଠ ଖରାପ ହେବାକୁ ଲାଗିଥାଏ । ଏପରି ପରିସ୍ଥିତିରେ ଓଠକୁ ପ୍ରତିଦିନ ମସାଜ କରିବା ଆବଶ୍ୟକ ଓ ଡେଡ୍ ସ୍କିନକୁ ବାହାର କରିବା ଉଚିତ୍ ।

ଲିପଷ୍ଟିକ୍

– ଲିପଷ୍ଟିକ୍ ବ୍ୟବହାର ଦ୍ୱାରା ବି ଓଠ କଳା ହୋଇଥାଏ । ଲିପଷ୍ଟିକରେ ରାସାୟନିକ ପଦାର୍ଥ ବ୍ୟବହୃତ ହୁଏ, ଯେଉଁ କାରଣରୁ ଓଠ କଳା ହୋଇଯାଏ । ଖାସ୍ କରି ଖରାପ କ୍ୱାଲିଟିର ଲିପଷ୍ଟିକ୍ ବ୍ୟବହାର କରିବା ଦ୍ୱାରା ଏହି ସମସ୍ୟା ହୋଇଥାଏ । ଏଭଳି ପରିସ୍ଥିତିରେ କେବଳ ଭଲ କ୍ୱାଲିଟିର ଲିପଷ୍ଟିକ୍ ବ୍ୟବହାର କରିବା ଜରୁରୀ ।

ଧୂମପାନ

– ସ୍ପୋକିଙ୍ଗ ବା ଧୂମପାନ କରିବା ଦ୍ୱାରା ବି ଓଠ କଳା ହୋଇଥାଏ । ତେଣୁ ଯଦି ଆପଣ ଧୂମପାନ କରନ୍ତି, ତେବେ ଆଜିଠାରୁ ଏହି ଖରାପ ଅଭ୍ୟାସ ଛାଡିଦିଅନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ଓଠ କଳା ହେବାରୁ ରକ୍ଷାପାଇପାରିବ ।

କମ୍ ପାଣି ପିଇବା

– ଶରୀରରେ ଜଳ ଅଭାବରୁ ଓଠର ରଙ୍ଗରେ ପରିବର୍ତ୍ତନ ଆସିଥାଏ । ଏପରି ପରିସ୍ଥିତିରେ ଆପଣ ଅଧିକ ପରିମାଣର ପାଣି ପିଇବା ଜରୁରୀ ଅଟେ । ଏଥି ସହିତ ଶୀତଦିନେ ଏହାର ବିଶେଷ ଯତ୍ନ ନିଅନ୍ତୁ ଓ ଅତି କମରେ ୮ ଗ୍ଲାସ୍ ପାଣି ପିଅନ୍ତୁ ।

Get real time updates directly on you device, subscribe now.