fbpx

ୟୁକ୍ରେନ୍ ସଙ୍କଟ: ଉଡ଼ାଣ ବାତିଲ, ଦେଶ ଛାଡ଼ିଲେଣି ନାଗରିକ; ଭାରତରେ ଉପରେ ବି ପଡ଼ୁଛି ପ୍ରଭାବ

ନୂଆଦିଲ୍ଲୀ: ଋଷ ଓ ଆମେରିକା ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ରୋକିବାକୁ ଚେଷ୍ଟା କରାଯାଉଥିଲେ ସୁଦ୍ଧା ବିବାଦ ଥମିବାର ନାଁ ନେଉନାହିଁ । ୟୁକ୍ରେନ ପ୍ରସଙ୍ଗରେ ଉଭୟ ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ଗୋଟେ ପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ଯେ, କୌଣସି ପରିସ୍ଥିତିରେ ଯଦି ୟୁକ୍ରେନ୍ ରେ ଋଷର ଅନୁପ୍ରବେଶ କରୁଛି ତାହେଲେ ଆମେରିକା ଓ ତାର ସହଯୋଗୀ ନାଟୋ ହସ୍ତକ୍ଷେପ କରିବ । ଅନ୍ୟପଟେ ଋଷ ୟୁକ୍ରେନ ସୀମାରେ ହଜାର ହଜାର ସୈନିକ ଠୁଳ କରିବାରେ ଲାଗିଛି, ସୈନ୍ୟ ପଛକୁ ହଟିବାର ନାଁ ଧରୁ ନାହିଁ ।

ତେବେ ଦୁଇ ଦେଶ ମଧ୍ୟରେ ଏହି ବିବାଦ ବଢ଼ୁଛି ହେଲେ କମିବାର ନାଁ ଧରୁ ନାହିଁ । ଏହାର ପ୍ରଭାବ ଏବେ ବିଭିନ୍ନ କ୍ଷେତ୍ରରେ ପଡ଼ିବାରେ ଲାଗିଛି । ବିଶ୍ୱର ଅନେକ ଏୟାରଲାଇନ୍ସ କମ୍ପାନୀ ୟୁକ୍ରେନ୍ ର ଏୟାରବେସ୍ ବ୍ୟବହାର କରିବା ବନ୍ଦ କରିଦେଇଛନ୍ତି । ଏହା ବ୍ୟତୀତ ଅନେକ ଦେଶ ସେମାନଙ୍କ ଦୂତାବାସରୁ ଷ୍ଟାଫ୍ ମାନଙ୍କୁ ଫେରାଇ ନେଉଛନ୍ତି । ଆମେରିକା ବ୍ୟତୀତ ଅନେକ ଦେଶ ବର୍ତ୍ତମାନ ସେମାନଙ୍କ ନାଗରିକଙ୍କୁ ୟୁକ୍ରେନ୍ ଛାଡ଼ିବାକୁ କହିଛନ୍ତି । ହେଲେ ଏହାଦ୍ୱାରା ଋଷ ସୈନ୍ୟଙ୍କ ଉପରେ କୌଣସି ପ୍ରଭାବ ପଡ଼ୁଥିବା ଦେଖିବାକୁ ମିଳିନାହିଁ ।

ଏହା ଭିତରେ ୟୁକ୍ରେନ୍ ସଙ୍କଟର ପ୍ରଭାବ ଏବେ ଭାରତ ଉପରେ ପଡ଼ିବାରେ ଲାଗିଛି । ଷ୍ଟକ୍ ମାର୍କେଟ୍ ରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । ବିଏସଇ ସେନସେକ୍ସରେ ୧୨୦୦ ଅଙ୍କର ହ୍ରାସରେ କାରବାର ହେଉଥିବା ଦେଖାଯାଇଛି । କେବଳ ଭାରତ ନୁହେଁ ବରଂ ଆମେରିକା, ଜାପାନ୍ ସମେତ ଅନେକ ଦେଶରେ ସେୟାର୍ ବଜାର ଉପରେ ଏହାର ପ୍ରଭାବ ଦେଖାଯାଇଛି ।

Get real time updates directly on you device, subscribe now.