fbpx

ପଞ୍ଚାୟତ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର: କର୍ମଚାରୀଙ୍କୁ ମିଳିବ ଛୁଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଦାଣ୍ଡ ଚଳଚଞ୍ଚଳ । ୧୬ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ସନ୍ଧ୍ୟାରେ ସରୁଛି ପ୍ରଚାର । ପ୍ରଥମ ପର୍ଯ୍ୟାୟରେ ୩୦ ଜିଲ୍ଲାର ୭୧ ବ୍ଲକରେ ମତଦାନ ହେବ । ୨୦୨ ଜିଲ୍ଲା ପରିଷଦ ଆସନରେ ନିଆଯିବ ଭୋଟ୍ ।

ପଞ୍ଚାୟତ ନିର୍ବାଚନ ପାଇଁ କର୍ମଚାରୀଙ୍କୁ ମିଳିବ ଛୁଟି । ଭୋଟ ଦିନ ସବୈତନିକ ଛୁଟି ଦେବାକୁ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ସରକାର ଓ ବେସରକାରୀ ସଂସ୍ଥା ପାଇଁ ଏହି ନିୟମ ଲାଗୁ ହେବ । କର୍ମଚାରୀଙ୍କ ଆବେଦନ ସତ୍ୱେ ଛୁଟି ନଦେଲେ ତାହାକୁ ଅପରାଧ ଭାବେ ଗଣାଯିବ । ଆସନ୍ତା ୧୬, ୧୮, ୨୦, ୨୨ ଓ ୨୪ରେ ଭୋଟ ଗ୍ରହଣ କରାଯିବ ।

Get real time updates directly on you device, subscribe now.