fbpx

ରାଗରେ ଆସି ମୋବାଇଲ ଫିଙ୍ଗିଲେ ଗର୍ଲଫ୍ରେଣ୍ଡ, ଚାଲିଗଲା ବୟଫ୍ରେଣ୍ଡର ଜୀବନ

ନୂଆଦିଲ୍ଲୀ: ଜଣେ ୨୨ ବର୍ଷୀୟା ଯୁବତୀ ରୋକ୍ସାନା ଏଡେଲିନା ଲୋପେଜ୍ ରାଗରେ ଆସି ନିଜର ୨୩ ବର୍ଷିୟ ବୟଫ୍ରେଣ୍ଡ ଲୁଇସ୍ ଗ୍ୱାଣ୍ଟେଙ୍କ ଉପରେ ଫୋନ୍ କୁ ଫିଙ୍ଗି ଦେଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଏନେଇ ଏକ ଖବର ପ୍ରକାଶ ପାଇଛି । ଏହି ଘଟଣା ଆର୍ଜେଣ୍ଟିନିଆନ୍ ର ଲା ନେସିୟନ୍ ରେ ହୋଇଛି ।

ଦ ସନ୍ ରେ ପ୍ରକାଶ ପାଇଥିବା ଖବର ମୁତାବକ, ଆର୍ଜେଣ୍ଟିନିଆନ୍ ର ଲା ନେସିୟନ୍ ରେ ରହୁଥିବା ରୋକ୍ସାନାଙ୍କ ବିରୋଧରେ ଏବେ ପୋଲିସ୍ ଯାଞ୍ଚ ଆରମ୍ଭ କରିଛି । ଚଳିତ ବର୍ଷ ଏପ୍ରିଲ ମାସରେ ବୟଫ୍ରେଣ୍ଡ ଲୁଇସ୍ ତାଙ୍କ ସହିତ ମାରପିଟ୍ କରୁଥିଲେ । ସେହି ସମୟରେ ନିଜକୁ ସୁରକ୍ଷା ଦେବାକୁ ଯାଇ ବୟଫ୍ରେଣ୍ଡଙ୍କ ଉପରେ ମୋବାଇଲ କୁ ଫୋପାଡ଼ି ଦେଇଥିଲେ । ଆଉ ଫୋନ୍ ଟି ଯାଇ ତାଙ୍କ ମୁଣ୍ଡରେ ବାଜିଥିଲା ।

ଫୋନ୍ ବାଜିବା ପରେ ଲୁଇସ୍ ଙ୍କର ମୁଣ୍ଡ ଖୁବ୍ ଜୋରରେ ବିନ୍ଧା ହେଉଥିବା ଅଭିଯୋଗ କରିଥିଲେ । ଏହାପରେ ତାଭ୍କୁ ହସ୍ପିଟାଲକୁ ନିଆଯାଇଥିଲା । ଡାକ୍ତର ମାନେ ଯାଞ୍ଚ କରିବା ପରେ ଜଣାପଡ଼ିଥିଲା ଯେ, ତାଙ୍କ ମୁଣ୍ଡରେ ଗମ୍ଭୀର କ୍ଷତ ଲାଗିଛି । ଯେତେବେଳେ ତାଙ୍କର ଅପରେସନ୍ କରାଗଲା ତାଙ୍କର ମୃତ୍ୟୁ ହୋଇଗଲା । ଏହାପରେ ଲୁଇସ୍ ଙ୍କ ମାଆ ପୋଲିସ୍ ପାଖରେ ଅଭିଯୋଗ କରିଥିଲେ । ଏହାପରେ ଓକିଲ କହିଥିଲେ ଯେ, ମୋବାଇଲ ଫୋନ ଫିଙ୍ଗିବା ଫଳରେ ମୁଣ୍ଡରେ ଖୁବ୍ ଜୋରରେ କ୍ଷତ ଆସିଥିଲା ଓ ତାଙ୍କର ମୃତ୍ୟୁ ହୋଇଗଲା ।

 

Get real time updates directly on you device, subscribe now.