fbpx

ପ୍ରଥମ ଥର ୬୦ ହଜାର ପାର୍ କଲା ସେନସେକ୍ସ, ୧୭୮୫୦ ଉପରେ ନିଫ୍ଟି

ନୂଆଦିଲ୍ଲୀ: ଆଜି ସପ୍ତାହର ଶେଷ ବ୍ୟବସାୟ ଦିନ ଅର୍ଥାତ୍ ଶୁକ୍ରବାର ଦିନ ସେୟାର ବଜାର ରେକର୍ଡ ସ୍ତରରେ ପହଞ୍ଚି ବନ୍ଦ ହୋଇଛି । ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସେନସେକ୍ସ । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ପ୍ରମୁଖ ଇଣ୍ଡେକ୍ସ ସେନସେକ୍ସ ୧୬୩.୧୧ ଅଙ୍କ (୦.୨୭%) କୁ ବୃଦ୍ଧି ହୋଇ ୬୦,୦୪୮.୪୭ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି । ସେହପିରି ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୩୦.୨୫ ଅଙ୍କ (୦.୧୭%) ସହିତ ୧୭,୮୫୩ ପଏଣ୍ଟ ସ୍ତରରେ ଆସି ବନ୍ଦ ହୋଇଛି । ଏହି ସେନସେକ୍ସ-ନିଫ୍ଟି ବନ୍ଦ ହେବାର ସବୁଠାରୁ ଉଚ୍ଚତମ ସ୍ତର । ଗତ ସପ୍ତାହରେ ସେନସେକ୍ସ ୭୧୦ ଅଙ୍କ ଅର୍ଥାତ୍ ୧.୨୧ ପ୍ରତିଶତ ବଢ଼ିଥିଲା । କାରବାର ମଧ୍ୟରେ ସେନସେକ୍ସ ୬୦ହଜାର ୩୩୩ ଏବଂ ନିଫ୍ଟି ୧୭,୯୪୭.୬୫ ପଏଣ୍ଟ ସ୍ତର ଛୁଇଁଛି ।

ରେକର୍ଡ କରିବାର ମୁଖ୍ୟ କାରଣ

ଆଇପିଜିର ବଜାର ଭଲ ଚାଲିଛି । ଏହାଦ୍ୱାରା ନିବେଶକଙ୍କ ଉତ୍ସାହ ବଢ଼ିଛି । ଦ୍ୱିତୀୟରେ କରୋନା ମହାମାରୀ ପାଇଁ କ୍ଷତି ସହିଥିବା ବଜାର ଏବେ ଲକଡାଉନ୍ ପରେ ପୁଣି ଥରେ ଟ୍ରାକ୍ କୁ ଆସିଛି । ପୁଣିଥରେ ବଜାରରେ ଉନ୍ନତି ଦେଖିବାକୁ ମିଳିଛି । ସରକାର ଲଗାତର ଉଦ୍ୟୋଗ କୁ ସମର୍ଥନ କରୁଛନ୍ତି । ଆର୍ଥିକ ବର୍ଷ ୨୦୨୧-୨୨ ପ୍ରତମ ତ୍ରଇମାସରେ ଜିଡିପି ବିକାଶ ଦର ୨୦.୧ ପ୍ରତିଶତ ରହିଛି ।

ଗତ ସପ୍ତାହରେ ସେନସେକ୍ସର ଶୀର୍ଷ ୧୦ରେ ଚାରିଟି କମ୍ପାନୀ ପୁଞ୍ଚିକରଣ ୬୫,୪୬୪.୪୧ କୋଟି ଟଙ୍କା ବଢ଼ିଛି । ଶୀର୍ଷ କମ୍ପାନୀ ଗୁଡ଼ିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଶୀର୍ଷରେ ରହିଛି । ଏହାପରେ ରହିଛି ଟିସିଏସ୍, ଏଚଡିଏଫସି ବ୍ୟାଙ୍କ, ଇନଫୋସିସ୍, ହିନ୍ଦୁସ୍ତାନ ୟୁନିଲିଭର୍ ଲିମିଟେଡ୍, ଏଚଡିଏଫସି, ଆଇସିଆଇସିଆଇ ବ୍ୟାଙ୍କ, ବଜାଜ୍ ଫାଇନାନ୍ସ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏବଂ ଭାରତୀ ଏୟାରଟେଲ୍ ।

 

Get real time updates directly on you device, subscribe now.