fbpx

ସଂସଦରେ ହଙ୍ଗାମା ଭିତରେ ବିଧେୟକ ଉପସ୍ଥାପନ କରିପାରିଲେନି ରାଜନାଥ, ରାଗିଯାଇ ଉଠିଗଲେ ପଛକୁ

Advertisement

ନୂଆଦିଲ୍ଲୀ: ଏବେ ସଂସଦର ମୌସୁମୀ ଅଧିବେଶନ ଚାଲିଛି । ତେବେ ଅଧିବେଶନ ଆରମ୍ଭ ହେବା ଦିନଠାରୁ ଉଭୟ ସରକାରୀ ଓ ବିରୋଧୀ ଦଳ ମଧ୍ୟରେ କଥା କଟାକଟି ଓ ବିଭିନ୍ନ ସମୟରେ ହଙ୍ଗାମା ପରିସ୍ଥିତି ସୃଷ୍ଟି ହେଉଥିବାର ନଜରକୁ ଆସିଛି । ଗତ କିଛିଦିନ ତଳେ କିଛି ବିରୋଧୀ ସଭ୍ୟଙ୍କ ଆଚରଣରେ କ୍ଷୁବ୍ଧ ହୋଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା ନିଜ ସିଟ୍ରେ ଆଉ ବସିବେ ନାହିଁ ବୋଲି କହିଥିଲେ । କେବଳ ସେତିକି ନୁହେଁ ସେ ଆଉ ଗୃହକୁ ଆସିବେ ନାହିଁ ବୋଲି ମଧ୍ୟ କହିଥିଲେ । ଆଜି ପୁଣି ଲୋକସଭା ଚାଲିଥିବା ବେଳେ ଏପରି କିଛି ଅସ୍ୱଭାବିକ ଦୃଶ୍ୟ ଦେଖିବାକୁ ମିଳିଛି । ଆଜି ଲୋକସଭାରେ ସବୁଠାରୁ ଅଧିକ ହଙ୍ଗାମା ହୋଇଥିଲା । ଫଳ ସ୍ୱରୂପ ବିଲ୍ ଉପସ୍ଥାପନ କରିବାକୁ ଆସିଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନାରାଜ ହୋଇଯାଇଥିଲେ । ସେ ଆଗ ସିଟ୍ ଛାଡି ପଛକୁ ଯିବା ଲାଗି ନିଷ୍ପତ୍ତି ନେଇଥିଲେ ।
ଆଜି ଯେତେବେଳେ ବିଧେୟକ ଉପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିବାକୁ ଯାଉଥିଲେ ସେତେବେଳେ ବିରୋଧୀ ଗୃହରେ ହଙ୍ଗାମା ସୃଷ୍ଟି କରିଦେଲେ । ଏହାକୁ ଲକ୍ଷ୍ୟ କରି ରାଜନାଥ ସିଂହ ଉପବାଚସ୍ପତିଙ୍କୁ ଅନୁମତି ମାଗିଥିଲେ ଯେ, ସେ ପଛକୁ ଯାଇ ବିଲ୍ ଉପସ୍ଥାପନ କରିବେ ।
ରାଜନାଥ ସିଂହ କହିଥିଲେ ଏପରି ସ୍ଥିତିରେ ମୋ ପକ୍ଷରୁ ବିଲ୍ ଉପସ୍ଥାପନ କରିବା ସମ୍ଭବ ହେବ ନାହିଁ । ଆଗରେ ବହୁତ ପାଟିତୁଣ୍ଡ ହେଉଥିବାରୁ ମୁଁ କିଛି କହି ବି ପାରିବି ନାହିଁ । ତେଣୁ ମୋତେ ପଛକୁ ଯିବାକୁ ଅନୁମତି ଦିଅନ୍ତୁ । ରାଜନାଥ ଉପବାଚସ୍ପତି ରାଜେନ୍ଦ୍ର ଅଗ୍ରୱାଲଙ୍କୁ ଏଥିପାଇଁ ଅନୁମତି ମାଗିଥିଲେ ।
ଚେୟାର ଛାଡି ପଛକୁ ଯାଉଥିିବା ରାଜନାଥଙ୍କୁ ବହୁ ସାଂସଦ ନିଜ ସିଟ୍ ଅଫର କରିଥିଲେ ବି ସେ ଶୁଣି ନ ଥିଲେ ଓ ପଛକୁ ଯାଇ ନିଜ ମତ ରଖିଥିଲେ । ଏହାରି ମଧ୍ୟରେ ଉପବାଚସ୍ପତି କହିଥିଲେ ମନ୍ତ୍ରୀଙ୍କୁ ନିଜ ମତ ରଖିବାକୁ ସୁଯୋଗ ନ ଦେବା ଆଦୌ ଭଲ ପରମ୍ପରା ନୁହେଁ । ସେ ବିରୋଧୀଙ୍କ ଏପରି ହଙ୍ଗାମାକୁ କଡା ଭାଷାରେ ନିନ୍ଦା କରିଥିଲେ ।

Get real time updates directly on you device, subscribe now.