fbpx
BSKY
BJD MC SKY
BJD YOUTH SKY

ବୟଫ୍ରେଣ୍ଡଙ୍କ ପାଇଁ ବିଗିଡ଼ିଲା ଅଭିନେତ୍ରୀଙ୍କ ଚେହେରା: ନିଜ ମୁହଁରେ କହିଲେ ନିର୍ଯ୍ୟାତନାର କାହାଣୀ

ମୁମ୍ବାଇ: ମାଲାୟଲମ୍ ଅଭିନେତ୍ରୀ ଅନିକା ବିକ୍ରମନଙ୍କ ଅବସ୍ଥା ବିଗାଡ଼ି ଦେଲେ ତାଙ୍କ ବୟଫ୍ରେଣ୍ଡ । ପିଟି ପିଟି ମୁହଁର ଅବସ୍ଥା ଖରାପ କରିଦେଲେ । ଅବସ୍ଥା ଏପରି ଯେ ତାଙ୍କୁ ଚିହ୍ନିବା କଷ୍ଟକର ହୋଇ ପଡ଼ୁଛି । ନିଜ ବିକୃତ ମୁହଁର ଫଟୋ ଶେଆର କରି ଫ୍ୟାନ୍ସଙ୍କୁ ଦୁଃଖ ଜଣାଇଛନ୍ତି ଅଭିନେତ୍ରୀ । ଅନିକା ବିକ୍ରମନ ମାଲାୟଲମ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ଏକ ଜଣାଶୁଣା ଚେହେରା ।

ଗତ କିଛି ବର୍ଷ ଧରି ସେ ଅନୁପ ପିଲ୍ଲାଇ ନାମକ ଯୁବକଙ୍କ ସହ ରିଲେସନ୍ରେ ଥିଲେ । ମାତ୍ର ଧୀରେ ଧୀରେ ସେମାନଙ୍କ ସମ୍ପର୍କ ଖରାପ ହେବାକୁ ଲାଗିଥିବା ବେଳେ ଅନିକାଙ୍କ ଉପରକୁ ଅନୁପ ହାତ ଉଠାଇବାକୁ ପଛାଇଲେ ନାହିଁ । ପରେ ଏହା ନିତିଦିନିଆ ଘଟଣାରେ ପରିଣତ ହୋଇଗଲା । ଏନେଇ ଅନିକା ଟ୍ୱିଟ କରିଛନ୍ତି, ମୁଁ ଅନୁପ ପିଲ୍ଲାଇ ନାମକ ବ୍ୟକ୍ତିଙ୍କୁ ଭଲ ପାଉଥିଲି । ମାତ୍ର ସେ ଗତ କିଛି ବର୍ଷ ଧରି ମୋତେ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ ।

Malayalam actress Anicka accuses ex-boyfriend of mental-physical assault

ପ୍ରଥମ ସେ ଚେନ୍ନାଇରେ ମୋତେ ପିଟି ପିଟି ଲହୁଲୁହାଣ କରିଥିଲେ । ଏନେଇ ମୁଁ ପୁଲିସରେ ଅଭିଯୋଗ କରିବାକୁ ସ୍ଥିର କରିଥିବା ବେଳେ ସେ ମୋ ପାଦ ତଳେ ପଡ଼ି କ୍ଷମା ମାଗିଥିଲେ । ବଦଳିଗଲେ ଭାବି କ୍ଷମା କରି ଦେଇଥିଲି । ମାତ୍ର ମୁଁ ଭୁଲ୍ ଥିଲି । ଏହାପରେ ବେଙ୍ଗାଲୁରରେ ବି ସେ ସମାନ ଭାବେ ମୋତେ ଆକ୍ରମଣ କଲେ । ଏନେଇ ଥାନାରେ ଅଭିଯୋଗ କରିଥିଲି । ମାତ୍ର ସେ ପୁଲିସକୁ ନିଜ ସପକ୍ଷରେ ନେବାକୁ ସଫଳ ହୋଇ ମୋତେ ଧମକ ଦେବାକୁ ଲାଗିଲା । ମୋ’ ସମ୍ପତ୍ତି ଉପରେ ସବୁବେଳେ ଅନୁପ ନଜର ରଖୁଥିବା ବେଳେ ତାହାକୁ ହାତେଇବାକୁ ଚେଷ୍ଟା କରୁଥିଲା ।

Malayalam Actress Anicka Vikhraman Shares Horrifying Pics of Bruise Marks, Accuses Ex-BF Of Assault | Regional News | Zee News

ଏପରି ଯୁବକ ସହ ଜୀବନ କାଟି ହେବନି ଭାବି ମୁଁ ଏହି ରିଲେସନ୍କୁ ବ୍ରେକ୍ଅପ୍ କରିଥିଲି । ମାତ୍ର ଏବେ ମୋତେ ଧମକପୂର୍ଣ୍ଣ କଲ୍ ଆସୁଛି । ମୋତେ ଓ ମୋ’ ପରିବାରକୁ ଅପମାନିତ କରାଯାଉଛି ବୋଲି ଫ୍ୟାନ୍ସଙ୍କୁ ଜଣାଇଛନ୍ତି ଅନିକା । କିନ୍ତୁ ଏସବୁ କଥାକୁ ପଛରେ ଛାଡ଼ି ମୁଁ ଏବେ ମୋ ଜୀବନରେ ଆଗକୁ ବଢ଼ିବାକୁ ଚାହୁଁଛି । ପୁଣି ଥରେ ପରଦାକୁ ଫେରିବାକୁ ଚାହୁଁଥିବା ଟ୍ୱିଟ କରିଛନ୍ତି ଅଭିନେତ୍ରୀ ।

Get real time updates directly on you device, subscribe now.