fbpx

ମଣିଷଙ୍କୁ ପଶୁ ଇଞ୍ଜେକ୍ସନ ଦେବା ଘଟଣା: ASI ନିଲମ୍ବନ

Advertisement

କରଞ୍ଜିଆ(ଓଡ଼ିଶା ଭାସ୍କର): ମଣିଷଙ୍କୁ ପଶୁ ଇଞ୍ଜେକ୍ସନ ଦେବା ଘଟଣାରେ ପ୍ରଶାସନ ନେଇଛି ବଡ଼ ପଦକ୍ଷେପ । ଏହି ଘଟଣାରେ ଏଏସଆଇଙ୍କୁ ନିଲମ୍ବିତ କରାଯାଇଛି । ମହୁଲଡିହା ଥାନା ଏଏସଆଇ ପବିତ୍ର ମୋହନ ରାଉତଙ୍କୁ ନିଲମ୍ବିତ କରାଯାଇଥିବା ନେଇ ସୂଚନା ମିଳିଛି । କାର୍ଯ୍ୟରେ ଅବହେଳା ଅଭିଯୋଗରେ ଏଏସଆଇଙ୍କୁ ନିଲମ୍ବନ କରିଛନ୍ତି ମୟୂରଭଞ୍ଜ ଏସପି । କ୍ୱାକକୁ ଲୋକେ ଜିମା ଦେବା ସୁଦ୍ଧା ପୋଲିସ ଛାଡ଼ିଦେଇଥିବା ଅଭିଯୋଗ ହୋଇଛି । ଏଏସଆଇ ନିଲମ୍ବନ ନେଇ ମୟୂରଭଞ୍ଜ ଏସପି ସୂଚନା ଦେଇଛନ୍ତି ।

ତେବେ ଏପ୍ରିଲ ୧୬ ତାରିଖରେ ବିଶ୍ୱନାଥ ବେହେରା ଜଣେ କ୍ୱାକ୍‌(ନକଲି ଡାକ୍ତର) ଠାକୁରମୁଣ୍ଡା ବ୍ଲକ୍‌ ମହୁଲଡିହା ଗାଁକୁ ଆସିଥିଲେ। ସେ ନିଜକୁ ଠାକୁରମୁଣ୍ଡା ମେଡିକାଲ୍‌ର ଡାକ୍ତର ବୋଲି ପରିଚୟ ଦେଇଥିଲେ। ଶ୍ରୀକାନ୍ତ ମହାନ୍ତଙ୍କ ଅଣ୍ଟା ପେନ୍‌ କରୁଥିବାରୁ ତାଙ୍କ ପାଖକୁ ଯାଇଥିଲେ। ଶ୍ରୀ ମହାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଇଞ୍ଜେକ୍‌ସନ୍‌ ଦେଇଥିଲେ। ଗୋଟେ କି ଦୁଇଟି ନୁହେଁ, ଏକାଥରେ ତିନିଟି ଇଞ୍ଜେକସନ୍‌ ଦେଇଥିବା ଅଭିଯୋଗ ହୋଇଥିଲା।

ଚିକିତ୍ସା ବାବଦ ଟଙ୍କା ମାଗିବାରୁ ଶ୍ରୀକାନ୍ତଙ୍କ ପୁଅ ଇଞ୍ଜେକସନ୍‌ ଖୋଳରେ ପଶୁଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଲେଖା ଦେଖି ପୂର୍ବତନ ସମିତିସଭ୍ୟ ରଞ୍ଜନ କୁମାର ମହାନ୍ତଙ୍କୁ ଡାକି ଦେଖାଇଥିଲେ। ଏହାକୁ ନେଇ ବିଶ୍ବନାଥ ଓ ଗ୍ରାମବାସୀଙ୍କ ମଧ୍ୟରେ ବାକ୍‌ବିତଣ୍ଡା ହୋଇ କଥା ଥାନା ପର୍ଯ୍ୟନ୍ତ ଯାଇଥିଲା। ଶେଷରେ ପୂର୍ବତନ ସମିତିସଭ୍ୟଙ୍କ ସହ ବିଶ୍ବନାଥ ଥାନାକୁ ଯାଇ ସେଠାରେ କାହାର କିଛି କ୍ଷତି ଘଟିଲେ ନିଜେ ଦାୟୀ ରହିବେ ବୋଲି ଲେଖି ପଳାଇ ଆସିଥିଲା। ମେଲୋକ୍ସିକାମ୍‌ ଇଞ୍ଜେକସନ୍‌ ପଶୁଙ୍କ ପାଇଁ ଉଦ୍ଦିଷ୍ଟ। ଏହା ଜାଣିବା ପରେ ସେ ସାହି ପଡ଼ିଶାଙ୍କୁ ଡାକି ଘଟଣା ସମ୍ପର୍କରେ କହିଥିଲେ।ନକଲି ଡାକ୍ତରଙ୍କୁ ଅଟକ ରଖି ସ୍ଥାନୀୟ ପୂର୍ବତନ ସମିତିସଭ୍ୟଙ୍କୁ କହିଥିଲେ ମନୋଜ। ଏହା ପରେ ପୂର୍ବତନ ସମିତି ସଭ୍ୟ ଉକ୍ତ ଇଞ୍ଜେକ୍‌ସନ୍‌ର ଫଟୋ ଉଠାଇ ଜଣେ ଡାକ୍ତରଙ୍କ ପାଖକୁ ପଠାଇଥିଲେ। ଡାକ୍ତର ସେହି ଇଞ୍ଜେକ୍‌ସନ୍‌କୁ ଦେଖିବା ପରେ ମଣିଷଙ୍କୁ ଦେବା କଥା ନୁହେଁ ବୋଲି କହିଥିଲେ।

Get real time updates directly on you device, subscribe now.