fbpx
BSKY SKY
BSKY SKY

ଚିଲିକାରେ ଉଦ୍ଭିଦ ଓ ପ୍ରାଣୀ ଗଣନା ଆରମ୍ଭ

BSKY

ବ୍ରହ୍ମଗିରି, ୧୫ା୧ (ଓଡିଶା ଭାସ୍କର): ଚିଲିକାରେ ଉଦ୍ଦିଦ ଓ ପ୍ରାଣୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଏନେଇ ଚିଲିକା ଡେଭଲପମେଣ୍ଟ ଅଥରିଟି (ସିଡିଏ)ର ଏକ ୧୮ ଜଣିଆ ଟିମକୁ ଏହି କାର୍ଯ୍ୟର ଦାୟିତ୍ୱ ପ୍ରଦାନ କରାଯାଇଛି । ସାତପଡ଼ା ପଟୁ ୮ଟି ଓ ବାଲୁଗାଁ ପଟୁ ୧୦ଟି ଟିମ ଏହି କାର୍ଯ୍ୟରେ ସାମିଲ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ଚିଲିକା ହ୍ରଦର ସୁରକ୍ଷା ଓ ସୌନ୍ଦର୍ଯ୍ୟ ପାଇଁ ରାଜ୍ୟ ସରକାର ୧୯୯୨ ମସିହାରେ ସିଡିଏ ପ୍ରତିଷ୍ଠା କରିଥିଲେ । ଏଠାରେ ୭୦୦ରୁ ଅଧିକ ପ୍ରଜାତିର ଉଦ୍ଭିଦ ରହିଥିବା ପୂର୍ବ ସର୍ଭେରୁ ଜଣାପଡ଼ିଛି । ଚିଲିକାକୁ ପ୍ରତିବର୍ଷ ଦେଶ ବିଦେଶରୁ ଲକ୍ଷ ଲକ୍ଷ ପକ୍ଷୀ ଆସିଥାନ୍ତି ।

Get real time updates directly on you device, subscribe now.