fbpx

ଦେଶବ୍ୟାପି ସୈନିକ ଦିବସ ପାଳିତ

ନୂଆଦିଲ୍ଲୀ, ୧୫ା୧: ଆଜି ହେଉଛି ୭୩ତମ ସେନା ଦିବସ । ପ୍ରତିବର୍ଷ ଜାନୁଆରୀ ମାସ ୧୫ ତାରିଖକୁ ସେନା ଦିବସ ରୂପେ ପାଳନ କରାଯାଏ । ଏହି ଅବସରରେ ସାରା ଦେଶରେ ପରେଡ ଓ ବିଭିନ୍ନ ପ୍ରକାର ରଣକୌଶଳ ମାଧ୍ୟମରେ ସୈନିକମାନଙ୍କୁ ସ୍ମରଣ କରାଯାଇଥାଏ ।

ଏହି ଅବସରରେ ପ୍ରତ୍ୟେକ ସେନା ମୁଖ୍ୟାଳୟମାନଙ୍କରେ ସେନା ଦିବସ ପାଳନ କରାଯାଇଥାଏ । ୧୯୪୯ ମସିହାରେ ଏହି ଦିବସରେ ଭାରତୀୟ ସେନା ପ୍ରଥମ ଭାରତୀୟ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ କେଏମ କାରିଆପ୍ପାଙ୍କୁ ପାଇଥିଲା । ଏହିଦିନ ଦେଶ ପାଇଁ ଉତ୍ସର୍ଗୀକୃତ ବୀର ସୈନିକମାନଙ୍କୁ ସାହସିକତା ପୁରସ୍କାର ଓ ସେନା ପ୍ରଦାନ କରାଯାଏ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୈନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Get real time updates directly on you device, subscribe now.