fbpx

ବିବନକୁ ଚିହ୍ନିଲେ ଅଞ୍ଜନା

ଝାରପଡା,୩ ।୩(ଓଡିଶା ଭାସ୍କର): ଦୀର୍ଘ ୨୨ ବର୍ଷ ପରେ ଗଣଦୁଷ୍କର୍ମ ମାଷ୍ଟରମାଇଣ୍ଡକୁ ଚିହ୍ନିଲେ ଅଞ୍ଜନା ମିଶ୍ର । ଟିଆଇ ପରେଡ ବେଳେ ବିବନ ବିଶ୍ୱାଳକୁ ଚିହ୍ନିପାରିଛନ୍ତିି ଅଞ୍ଜନା ମିଶ୍ର । ଝାରପଡା ଜେଲ ପରିସରରେ ଚାଲିଥିବା ଟିଆଇ ପରେଡରେ ସେ ଚିହ୍ନଟ କରିଛନ୍ତି । ଟିଆଇ ପରେଡ ପରେ ଅଞ୍ଜନା ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ମୁଁ ତାକୁ ଚିହ୍ନଟ କରିଛି । ଟିଆଇ ପରେଡରେ ୧୦ରୁ ୧୨ ଜଣ ଥିଲେ । ପ୍ରାୟ ୧୦ ମିନିଟ ଧରି ଟିଆଇ ପରେଡ ଚାଲିଥିଲା । ଟିଆଇ ପରେଡରେ କ’ଣ ହୋଇଛି, ତାହା କୋର୍ଟରେ ଜଣାପଡି ।’

ତେବେ ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମ ମାମଲାରେ ଝାରପଡା ଜେଲ ପରିସରରେ ଆଜି ଟିଆଇ ପରେଡ ଶେଷ ହୋଇଛି । ଜେଏମଏଫସି ସୃଜାଲିନ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଟିଆଇ ପରେଡ ହୋଇଥିଲା । ଗଣ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଚିହ୍ନିବା ପାଇଁ ହୋଇଥିଲା ଏହି ଟିଆଇ ପରେଡ ।

Get real time updates directly on you device, subscribe now.