fbpx

ବାଲେଶ୍ୱରରେ ଆଉ ଜଣେ କରୋନା ଚିହ୍ନଟ

ବାଲେଶ୍ୱର,୩ ।୫(ଓଡିଶା ଭାସ୍କର): ରାଜ୍ୟରେ ପୁଣି ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତ ଜଣକ ବାଲେଶ୍ୱରର ହୋଇଥିବା ସୂଚନା ମିଳିଛି । ୩୪ ବର୍ଷୀୟ ପୁରୁଷ ଆକ୍ରାନ୍ତ ପଶ୍ଚିମବଙ୍ଗରୁ ଫେରିଥିଲେ ବୋଲି ଜଣାପଡିଛି । ଆକ୍ରାନ୍ତଙ୍କଠାରେ କୌଣସି ବି କରୋନାର ଲକ୍ଷଣ ନଥିଲା । ଏହି କ୍ରମରେ ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୧କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.