fbpx

ଆସିଲା ୫ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ

ଭୁୁବନେଶ୍ୱର,୩ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୦କୁ ବୃଦ୍ଧି ପାଇଛି । ଏହାରି ମଧ୍ୟରେ ଆଉ ୫ ଜଣ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ସମ୍ପର୍କିତ ସମସ୍ତ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ୧୪୭, ୧୪୮, ୧୪୯, ୧୫୦ ଓ ୧୫୧ ନମ୍ବର ଆକ୍ରାନ୍ତଙ୍କ ଆସିଛି ଗସ୍ତ ବିବରଣୀ । ସୂଚନା ମୁତାବକ, ୧୪୭ ଓ ୧୪୮ ନମ୍ବର ଆକ୍ରାନ୍ତ ବଲାଙ୍ଗିରର ଲେଖରିଆ ଗାଁର । ୧୮ ଓ ୨୦ ବର୍ଷୀୟ ୨ ପୁରୁଷ ଆକ୍ରାନ୍ତ ତାମିଲନାଡୁରୁ ଫେରିଥିଲେ ।

ସେହିପରି ୧୪୯, ୧୫୦ ଓ ୧୫୨ ନମ୍ବର ଆକ୍ରାନ୍ତ ହେଉଛନ୍ତି ଯାଜପୁର ଜିଲ୍ଲାର । ୫୬, ୬୩ ଓ ୨୮ ବର୍ଷୀୟ ପୁରୁଷ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଛି । ତେବେ ୫ ଜଣଙ୍କଠାରେ କୌଣସି କରୋନାର ଲକ୍ଷଣ ନଥିଲା ।

Get real time updates directly on you device, subscribe now.