fbpx
BJD
BJD SKY
BJD SKY

ଅଶ୍ୱୀନଙ୍କ ସହ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିବେ ଆଉ ଜଣେ କ୍ରିକେଟର: ସୃଷ୍ଟି ହେବ ନୂଆ ରେକର୍ଡ?

ନୂଆଦିଲ୍ଲୀ: ଯେକୌଣସି କ୍ରିକେଟରଙ୍କ ପାଇଁ ୧୦୦ତମ ଟେଷ୍ଟ ଖେଳିବା ଏକ ସ୍ୱତନ୍ତ୍ର ମୁହୂର୍ତ୍ତ ହୋଇଥାଏ । ବିଶ୍ୱର ମାତ୍ର ୭୫ କ୍ରିକେଟର ଏହି ସ୍ୱପ୍ନ ସାକାର କରିବାରେ ସଫଳ ହୋଇଛନ୍ତି । ତେବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପଞ୍ଚମ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱୀନ କ୍ୟାରିୟରର ଏହି ଐତିହାସିକ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି । ତେବେ କେବଳ ଅଶ୍ୱୀନ ନୁହେଁ, ଅନ୍ୟ ଜଣେ ଖେଳାଳିଙ୍କ ପାଇଁ ମଧ୍ୟ ଏହି ମ୍ୟାଚ କ୍ୟାରିୟର ୧୦୦ତମ ଟେଷ୍ଟ ହେବାକୁ ଯାଉଛି । ଇଂଲଣ୍ଡର ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଜନି ବେୟାରଷ୍ଟୋ ମଧ୍ୟ ପଞ୍ଚମ ଟେଷ୍ଟରେ ଅଶ୍ୱୀନଙ୍କ ସହ ନିଜ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିବେ । ତେବେ ଏହି ମ୍ୟାଚରେ ତାଙ୍କ ପାଖରେ ଏକ ବଡ଼ ରେକର୍ଡ କରିବାର ସୁଯୋଗ ରହିଛି ।

ନିଜ ଟେଷ୍ଟ କ୍ୟାରିୟରର ୧୦୦ତମ ଟେଷ୍ଟରେ ଶତକ ହାସଲ କରି ସ୍ପେଶାଲ ତାଲିକାରେ ସ୍ଥାନ ପାଇପାରନ୍ତି ଉଭୟ କ୍ରିକେଟର । ଜନି ବେୟାରଷ୍ଟୋ ଇଂଲଣ୍ଡର ମଧ୍ୟକ୍ରମରେ ବ୍ୟାଟିଂ ଦଳକୁ ମଜବୁତ କରୁଥିବା ବେଳେ ଅଶ୍ୱୀନ ମଧ୍ୟ ଅଲରାଉଣ୍ଡର ଭାବେ ଦମଦାର ବ୍ୟାଟିଂ କରିପାରନ୍ତି । ବତ୍ତମାନ ସୁଦ୍ଧା ଅଶ୍ୱୀନ ୫ଟି ଶତକ ହାସଲ କରି ସାରିଛନ୍ତି । ୱେଷ୍ଟ ଇଣ୍ଡିଜ ବିପକ୍ଷରେ ୪ଟି ଶତକ ରହିଥିବା ବେଳେ ୨୦୨୧ ମସିହାରେ ଇଂଲଣ୍ଡ ବିପକ୍ଷରେ ମଧ୍ୟ ଏକ ଶତକ ହାସଲ କରିଥିଳେ ଅଶ୍ୱୀନ । ତେଣୁ ଉଭୟ କ୍ରିକେଟର ନିଜର ୧୦୦ତମ ଟେଷ୍ଟରେ ଶତକ ହାସଲ କରିବାରେ ଏହାକୁ ସ୍ପେଶାଲ କରିବାକୁ ଚେଷ୍ଟା କରିବେ । ତେବେ ଅଶ୍ୱୀନଙ୍କ ପାଖରେ ବୋଲିଂରେ ମଧ୍ୟ ଜଲୱା ଦେଖାଇବାର ସୁଯୋଗ ରହିବ ।

ନିଜର ୧୦୦ତମ ଟେଷ୍ଟରେ ସାଥୀ ଖେଳାଳି ଜୋ ରୁଟଙ୍କ ସହ ପୂର୍ବତନ କ୍ରିକେଟର ଡାଭିଡ ୱାର୍ଣ୍ଣର ଏବଂ ରିକି ପଣ୍ଟିଂଙ୍କ ନାମରେ ସ୍ୱତନ୍ତ୍ର ରେକର୍ଡ ରହିଛି । ୨୦୦୬ ମସିହା ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିଡନୀରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚର ଉଭୟ ଇନିଂସରେ ସେ ଶତକ ହାସଲ କରିଥିଲେ । ରିକି ପଣ୍ଟିଂ ଏକମାତ୍ର କ୍ରିକେଟର ଭାବରେ ନିଜର ୧୦୦ତମ ଟେଷ୍ଟ ମ୍ୟାଚର ଉଭୟ ଇନିଂସରେ ଶତକ(୧୨୦ ଏବଂ ୧୪୩) ରନ୍ କରିବାରେ ସକ୍ଷମ ହୋଇଛନ୍ତି । ତେବେ ୧୦୦ତମ ଟେଷ୍ଟରେ ଜୋ ରୁଟ ୨୦୨୧ ମସିହାରେ ଚେନ୍ନାଇରେ ପ୍ରଥମ ଖେଳାଳି ଭାବେ ଦ୍ୱିଶତକ ହାସଲ କରିଛନ୍ତି । ସେହିପରି ୨୦୨୨ ମସିହାରେ ଡାଭିଡ ୱାର୍ଣ୍ଣ ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ଦ୍ୱିଶତକ ହାସଲ କରି ରେକର୍ଡ ସୃଷ୍ଟି କରିଛନ୍ତି ।

Get real time updates directly on you device, subscribe now.