fbpx

ଚାକିରି ଓ ବ୍ୟକ୍ତିଗତ ଜୀବନକୁ ସନ୍ତୁଳନ ରଖି ପାରୁନାହାନ୍ତି କି ? ତେବେ ଆପଣାନ୍ତୁ ଏସବୁ ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନରେ ଅନେକ ଲୋକ ନିଜର ବ୍ୟକ୍ତିଗତ ଓ ପେଶାଦାର ଜୀବନକୁ ସନ୍ତୁଳନ ରଖି ପାରୁନାହାନ୍ତି, ଯେଉଁଥିପାଇଁ ସେମାନେ ଟେନସନ୍ ଓ ଚାପରେ ରହୁଛନ୍ତି । ଫଳରେ ପରବର୍ତ୍ତୀ ସମୟରେ ସେମାନେ ମାନସିକ ସ୍ଵାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଲୋକମାନେ ଚାପରେ ରହିବାର ଅନେକ କାରଣ ଅଛି । ଯେମିତିକି କାମ ବୋଝ, ପରିବାର ଓ ସାଙ୍ଗସାଥୀଙ୍କୁ ସମୟ ଦେଇ ନପାରିବା, ଅଫିସରେ ଉତ୍ତମ ପ୍ରଦର୍ଶନ ନ କରିପାରିବାର ଟେନସନ।

ଏହିସବୁ କାରଣରୁ ମଣିଷର ମାନସିକ ସ୍ଵାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି ଟିପ୍ସ ନେଇ ଆସିଛୁ, ଯାହା ମାଧ୍ୟମରେ ଆପଣ ନିଜର ବ୍ୟକ୍ତିଗତ ଓ ପେଶାଦାର ଜୀବନ ଭିତରେ ସନ୍ତୁଳନ ଆଣି ଚାପରୁ ମୁକ୍ତି ପାଇପାରିବେ ।

୧. ଟାଇମ୍ ମ୍ୟାନେଜମେଣ୍ଟ: ଯଦି ଆପଣ ଆପଣଙ୍କ ବ୍ୟକ୍ତିଗତ ଓ ପେଶାଦାର ଜୀବନକୁ ସନ୍ତୁଳିତ ରଖିବାକୁ ଚାହୁଁଛନ୍ତି, ପ୍ରଥମେ ଟାଇମ୍ ମ୍ୟାନେଜମେଣ୍ଟ ବା ସମୟ ପରିଚାଳନା କରିବା ଶିଖନ୍ତୁ । ଏଥିପାଇଁ ନିଜର ଏକ ଦିନଚର୍ଯ୍ୟା ତିଆରି କରନ୍ତୁ ଓ ତାହାକୁ ଠିକ୍ ଭାବେ ପାଳନ କରନ୍ତୁ । ପ୍ରତିଟି କାମ ପାଇଁ ଏକ ସମୟ ନିର୍ଦ୍ଧାରଣ କରନ୍ତୁ ।

୨. ସ୍ୱାସ୍ଥ୍ୟକର ଖାଦ୍ୟପେୟ ସହ ପର୍ଯ୍ୟାପ୍ତ ଶୁଅନ୍ତୁ: ଟେନସନକୁ କମ୍ କରିବା ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ । ଠିକ୍ ସମୟ ଶୁଅନ୍ତୁ। କାରଣ ଜଙ୍କ ଫୁଡ୍ ଖାଇବା ସହ ଅଳ୍ପ ନିଦ୍ରା ଦ୍ୱାରା ମାନସିକ ସ୍ଵାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ ।

୩. ଶାରୀରିକ ବ୍ୟାୟାମ କରନ୍ତୁ: ମସ୍ତିସ୍କକୁ ଚାପ ଓ ଟେନସନ ମୁକ୍ତ ରଖିବାକୁ ପ୍ରତିଦିନ ଯୋଗ, ପ୍ରାଣାୟମ, ଧ୍ୟାନ ଓ ବ୍ୟାୟାମ କରନ୍ତୁ।

୪. ଭାବନା ପରିପ୍ରକାଶ କରନ୍ତୁ: ଯଦି ଆପଣ ଚାପ ଓ ଟେନସନରେ ଅଛନ୍ତି, ତାହେଲେ ନିଜର ଭାବନାକୁ ନିଜର ବିଶ୍ୱାସନୀୟ ବ୍ୟକ୍ତିଙ୍କ ନିକଟରେ ସେୟାର କରନ୍ତୁ । ଏହାଦ୍ୱାରା ମନ ହାଲୁକା ହୋଇଯିବ ଓ ଆପଣଙ୍କୁ ଭଲ ଲାଗିବ ।

୫. ନା କହିବା ଶିଖନ୍ତୁ: ଅନେକ ସମୟରେ ଲୋକମାନେ ସଙ୍କୋଚ କାରଣରୁ ଯେ କୌଣସି କାମ ପାଇଁ ବି ନା କରିପାରନ୍ତି ନାହିଁ । ଏହି କାରଣରୁ ଅନ୍ୟ ଲୋକମାନେ ଏହାର ଫାଇଦା ଉଠାନ୍ତି ଓ କାମର ବୋଝ ଲଦି ଦିଅନ୍ତି । ଏଣୁ ଆପଣଙ୍କ ବ୍ୟକ୍ତିଗତ ଓ ପେଶାଦାର ଜୀବନକୁ ସନ୍ତୁଳିତ ରଖିବା ପାଇଁ ନା କହିବା ଶିଖନ୍ତୁ ।

୬. କାମକୁ ଅଫିସରେ ହିଁ ସୀମିତ ରଖନ୍ତୁ: କିଛି ଲୋକ ନିଜ କାମକୁ ଘର ପର୍ଯ୍ୟନ୍ତ ମଧ୍ୟ ନେଇ ଆସନ୍ତି । ଏହି କାରଣରୁ ସେମାନେ ନିଜର ବଳକା ସମୟ ଘରେ ବିତାଇ ପାରନ୍ତି ନାହିଁ । ଫଳରେ ସେମାନଙ୍କର ବ୍ୟକ୍ତିଗତ ଜୀବନ ଓ ପେଶାଦାର ଜୀବନ ଅସନ୍ତୁଳିତ ହୋଇଯାଏ ।

୭. ନିଜ ପାଇଁ ସମୟ କାଢ଼ନ୍ତୁ: କାର୍ଯ୍ୟସ୍ଥଳୀରେ କାମ କରିବା ଭଲ କଥା। କିନ୍ତୁ ଜୀବନରେ ନିଜ ପାଇଁ ସମୟ ବାହାର କରିବା ମଧ୍ୟ ବହୁତ ଜରୁରୀ । ଏଥିପାଇଁ ପ୍ରତିଦିନ ଏଭଳି କିଛି କରନ୍ତୁ, ଯେଉଁଥିରେ ଆପଣଙ୍କୁ ଖୁସି ମିଳିଥାଏ ।

୮. ପରିବାର ଓ ସାଙ୍ଗସାଥୀଙ୍କ ସହ ସମୟ କାଟନ୍ତୁ: ବ୍ୟକ୍ତିଗତ ଓ ପେଶାଦାର ଜୀବନକୁ ସନ୍ତୁଳିତ ରଖିବାକୁ ଚାହୁଁଥିଲେ, ଅଫିସ ଛଡ଼ା ନିଜର ପ୍ରିୟଜନଙ୍କ ପାଇଁ ମଧ୍ୟ କିଛି ସମୟ ବାହାର କରନ୍ତୁ । ସେମାନଙ୍କ ସହ ଛୁଟି କାଟନ୍ତୁ ।

ଏସବୁ କରିବା ଦ୍ୱାରା ଆପଣଙ୍କ ଚାପ ଓ ଟେନସନ କମ୍ ହୋଇପାରିବ ।

Get real time updates directly on you device, subscribe now.