fbpx

ଆଜି ପୁଣି ୭୫ଟି ଫ୍ଲାଇଟ ବାତିଲ କଲା ଏୟାର ଇଣ୍ଡିଆ, ସରକାର ମାଗିଲେ ଜବାବ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏକ୍ସପ୍ରେସର କର୍ମଚାରୀମାନେ ସାମୁହିକ ଭାବେ ଧର୍ମଘଟ କରିବା ଏବଂ କର୍ମଚାରୀମାନଙ୍କ ଛଟେଇ କାରଣରୁ ଗୁରୁବାରଦିନ କମ୍ପାନୀକୁ ନିଜ ଡୋମେଷ୍ଟିକ ଏବଂ ଆନ୍ତର୍ଜାତୀୟର ସମୁଦାୟ ୭୪ ଫ୍ଲାଇଟ ବାତିଲ କରିବାକୁ ପଡିଛି । କମ୍ପାନୀ ଏନେଇ ଯାତ୍ରୀଙ୍କୁ ପୂର୍ବରୁ ସୂଚନା ଦେଇସାରିଛି । ମଙ୍ଗଳବାର ରାତିରେ ପାଖାପାଖି ୧୦୦ଟି ଫ୍ଲାଇଟ୍ ବାତିଲ କରାଯାଇଥିଲା ।

କମ୍ପାନୀ ପକ୍ଷରୁ ଯାତ୍ରୀମାନଙ୍କୁ ଫୁଲ ରିଫଣ୍ଡ ବା ବିମାନ ସେବା ଅପସନ ଦିଆଯାଇଛି । ଏହା ବ୍ୟତୀତ ଏୟାରଲାଇନ ପକ୍ଷରୁ ରିଭାଇଜଡ୍ ଫ୍ଲାଇଟ ସେଡ୍ୟୁଲ ମଧ୍ୟ ଜାରି କରାଯାଇଛି । କମ୍ପାନୀ ଲଗାତାର ଲୋକଙ୍କୁ ଅପିଲ କରିଆସୁଛି । ସେ ଏୟାରପୋର୍ଟ ଯିବା ପୂର୍ବରୁ ଚେକ କରନ୍ତୁ ଯେ, ତାଙ୍କ ଫ୍ଲାଇଟ୍ ପ୍ରଭାବିତ ହୋଇଛି କି ନାହିଁ ।

ବହୁ ସଂଖ୍ୟାରେ ଉଡାଣ ବାତିଲ କରିବା ଏବଂ ଯାତ୍ରୀମାନଙ୍କୁ ଦେଖି ବେସାମରିକ ବିମାନ ଚଲାଚଳ ମନ୍ତ୍ରଣାଳୟ ବୁଧବାର ଦିନ ଏୟାର ଇଣ୍ଡିଆ ଏକ୍ସପ୍ରେସରେ ପୁରା ମାମଲାରେ ରିପୋର୍ଟ ମାଗିଛନ୍ତି ଏବଂ ଏୟାରଲାଇନକୁ କର୍ମଚାରୀଙ୍କ ସହ ଏହି ପ୍ରସଙ୍ଗକୁ ତୁରନ୍ତ ସମାଧାନ କରିବା ପାଇଁ କହିଛନ୍ତି ।

Get real time updates directly on you device, subscribe now.