fbpx
BJD
BJD SKY
BJD SKY

ICMR ଜାରି କଲା ଗାଇଡଲାଇନ୍ସ: ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା କାରଣରୁ ଭାରତରେ ୫୬ ପ୍ରତିଶତରୁ ଅଧିକ ରୋଗ ସୃଷ୍ଟି ହେଉଛି

ନୂଆଦିଲ୍ଲୀ: ଭାରତରେ ଦେଖଯାଉଥିବା ମୋଟ ବିମାରୀର ୫୬.୪ ପ୍ରତିଶତ ଅସ୍ୱାସ୍ଥ୍ୟକର ଖାଦ୍ୟ କାରଣରୁ ହେଉଛି । ତେଣୁ ଜରୁରୀ ପୋଷକ ତତ୍ତ୍ୱର ଆବଶ୍ୟକତାକୁ ପୂରଣ କରିବା, ମୋଟାପା ଓ ମଧୁମେହ ପରି ରୋଗକୁ ରୋକିବା ପାଇଁ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ ୧୭ ପ୍ରକାର ଆହାର ସେବନ ପାଇଁ ଗାଇଡଲାଇନ୍ସ ଜାରି କରାଯାଇଛି । ସୁସ୍ଥ ଆହାର ଓ ଶାରୀରିକ କାର୍ଯ୍ୟକଳାପ କୋରୋନରୀ ହୃଦ ରୋଗ (ସିଏଚଡି) ଓ ହାଇପରଟେନସନ (ଏଚଟିଏସ)ର ହାରକୁ ହ୍ରାସ କରିବା ସହିତ ଟାଇପ-୨ ମଧୁମେହକୁ ୮୦ ପ୍ରତିଶତ ରୋକି ପାରିବ ବୋଲି ରାଷ୍ଟ୍ରୀୟ ଅନୁସନ୍ଧାନ ସଂସ୍ଥା ଅଧିନରେ ରହିଥିବା ରାଷ୍ଟ୍ରୀୟ ପୋଷଣ ସଂସ୍ଥା (ଏନଆଇଏନ) ତରଫରୁ କୁହାଯାଇଛି ।

ସୁସ୍ଥ ଜୀବନଧାରଣର ପାଳନ କରି ସମୟ ପୂର୍ବରୁ ହେଉଥିବା ମୃତ୍ୟୁକୁ ରୋକାଯାଇ ପାରିବ ବୋଲି କୁହାଯାଇଛି । ସୁଗର ଓ ଫ୍ୟାଟରେ ଭରପୂର ରହିଥିବା ଖାଦ୍ୟ ଅଧିକ ଖାଇବା, ଶାରୀରିକ କାର୍ଯ୍ୟକଳାପ କମ୍ କରିବା, ସୂକ୍ଷ୍ମ ପୋଷକ ତତ୍ତ୍ୱର ଅଭାବ, ଅଧିକ ଓଜନ ସମସ୍ୟା ସହିତ ଅନେକ ଖାଦ୍ୟକୁ ସୀମିତ ଭାବେ ସେବନ କରିବା କାରଣରୁ ସ୍ଥିତି ଆହୁରି ଖରାପ ହୋଇଯାଉଛି । ଲୁଣ୍ ସେବନ ସୀମିତ କରିବା, ଅଏଲ ଓ ଫ୍ୟାଟର କମ୍ ମାତ୍ରାରେ ଉପଯୋଗ କରିବା, ଠିକରେ ବ୍ୟାୟାମ କରିବା, ଚୀନର ଓ ଅଲଟ୍ରା-ପ୍ରୋସେସଡ୍ ଖାଦ୍ୟକୁ କମ୍ କରିବାକୁ ଏନଆଇଏନ ତରଫରୁ ପରାମର୍ଶ ଦିଆଯାଇଛି ।

ମୋଟାପାକୁ ରୋକିବା ପାଇଁ ହେଲଦୀ ଲାଇଫଷ୍ଟାଇଲକୁ ଆପଣାଇବା ଓ ସ୍ୱାସ୍ଥ୍ୟକର ଭୋଜନକୁ ବିକଳ୍ପ ଭାବେ ବାଛିବାକୁ କୁହାଯାଇଛି । ଆଇସିଏମଆର-ଏନଆଇଏନର ନିର୍ଦ୍ଦେଶକ ଡ. ହେମଲତା ଆର’ଙ୍କ ନେତୃତୃରେ ଭାରତୀୟ ପାଇଁ ଏହି ଆହାର ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇଛି । ବୈଜ୍ଞାନିକମାନେ ଏହାର ସମୀକ୍ଷା କରିବା ସହିତ ୧୭ ପ୍ରକାରର ଆହାରକୁ ସୂଚୀବଦ୍ଧ କରାଯାଇଛି । ଗତ କିଛି ଦଶକ ମଧ୍ୟରେ ଭାରତୀୟଙ୍କ ଆହାର ସମ୍ବନ୍ଧୀୟ ଅଭ୍ୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିଛି । ଫଳରେ ଅନେକ ଅଣସଂକ୍ରାମକ ରୋଗ ବୃଦ୍ଧି ହୋଇଛି । ସେହିପରି ଆଜି ବି ପୁଷ୍ଟିହୀନତାର କିଛି ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି । ଖାଦ୍ୟ ସୁରକ୍ଷା ପାଇଁ ପ୍ରକ୍ରିୟାକୃତ ଖାଦ୍ୟକୁ କମ୍ କରିବା, ଖାଦ୍ୟ ସ୍ତରର ଗୁରୁତ୍ୱକୁ ବୁଝିବା, ଶାରୀରିକ ପରିଶ୍ରମ କରିବାକୁ ପରାମର୍ଶ ଦିଆଯାଇଛି । ୫-୯ ବର୍ଷ ବୟସର ୩୪ ପ୍ରତିଶତ ପିଲା ହାଇ ଟ୍ରାଇଗ୍ଲିସରାଇଡସ ରୋଗରେ ପୀଡ଼ିତ ଅଛନ୍ତି । ଜରୁରୀ ପୋଷକ ତତ୍ତ୍ୱର କମ୍ ସେବନ କରିବା ଫଳରେ ମେଟାବୋଲିଜିମରେ ବାଧା ସୃଷ୍ଟି ହେବା ସହ କମ୍ ବୟସରୁ ଇନସଲିନ ପ୍ରତିରୋଧ ଓ ସମ୍ବନ୍ଧିତ ଡିଜଅର୍ଡର ଆଶଙ୍କା ବୃଦ୍ଧି ପାଇପାରେ ।

Get real time updates directly on you device, subscribe now.