fbpx
BJD
BJD SKY
BJD SKY

ଖରାଦିନେ ଗର୍ଭବତୀ ମହିଳା ଏପରି ରଖନ୍ତୁ ସ୍ୱାସ୍ଥ୍ୟର ଯତ୍ନ

ଓଡ଼ିଶା: ଖରା ଦିନ ଆସିଲେ ଡିହାଇଡ୍ରେସନ୍‌, ଝାଳ ବୋହିବା, ଲୁ ଲାଗିବା, ଘିମିରି ଭଳି ସମସ୍ୟା ଦେଖାଯାଇଥାଏ । ବିଶେଷ କରି ଗର୍ଭବତୀ ମହିଳାମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବା ଉଚିତ । ଗର୍ଭାବସ୍ଥାରେ ଶରୀରରେ ଅନେକ ହର୍ମୋନାଲ ପରିବର୍ତ୍ତନ ହୋଇଥାଏ । ଖରାଦିନେ ଗର୍ଭବତୀ ମହିଳାମାନେ ଅଧିକ ଚିଡ଼ଚିଡ଼ା ହୋଇଯାଆନ୍ତି ଯାହା ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ ପିଲାର ବିକାଶ ଉପରେ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା ଖରାଦିନେ ଗର୍ଭବତୀ ମହିଳାମାନେ କିପରି ନିଜ ଯତ୍ନ ନେବା ଉଚିତ ।

୧. ହାଇଡ୍ରେଟ୍ ରୁହନ୍ତୁ: ଖରା ଦିନେ ସବୁବେଳେ ଶରୀରକୁ ହାଇଡ୍ରେଟ୍ ରଖନ୍ତୁ । ବିଶେଷ କରି ଗର୍ଭବତୀ ମହିଳାଙ୍କୁ ଡିହାଇଡ୍ରେସନ୍ ଯୋଗଁ ବାନ୍ତି ହେବା, ମୁଣ୍ଡ ବୁଲାଇବା, ଡାଇରିଆ ଏବଂ ପେଟ ସମସ୍ୟା ବୃଦ୍ଧି ପାଇଥାଏ । ଦିନରେ ଅଳ୍ପ ଅଳ୍ପ ମାତ୍ରାରେ ପାଣି ବ୍ୟତୀତ ଫଳ ରସ, ଦହି, ଘୋଳ ଦହି, ଲେମ୍ବୁ ଶରବତ ଇତ୍ୟାଦି ସେବନ କରିପାରିବେ ।

୨. ପାୱାର ନେପ୍ ନିଅନ୍ତୁ: ଗର୍ଭାବସ୍ଥା ସମୟରେ ଉତ୍ତମ ନିଦ୍ରା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଖରା ଦିନେ ଅଧିକାଂଶ ଗର୍ଭବତୀ ମହିଳାଙ୍କୁ ଥକ୍କାପଣ ଓ ଦୁର୍ବଳ ଅନୁଭବ ହୋଇଥାଏ । ତେଣୁ କିଛି ସମୟ ପାଇଁ ପାୱାର ନେପ୍ ନେଇପାରିବେ । ଏହା ଦ୍ୱାରା ଆପଣ ସତେଜ ଅନୁଭବ କରିବେ ।

୩. ସୂତା ଏବଂ ଢ଼ିଲା ପୋଷାକ ପିନ୍ଧନ୍ତୁ: ଯେତେ ଦୂର ସମ୍ଭବ ଖରା ଦିନେ ଢ଼ିଲା ଏବଂ ଆରାମଦାୟକ ସୂତା ପୋଷାକ ପିନ୍ଧନ୍ତୁ । ଏହା ଦ୍ୱାରା ଝାଳ ଶୀଘ୍ର ଶୁଖିଥାଏ ଏବଂ ଆପଣଙ୍କୁ ଅଧିକ ଚିଡ଼ଚିଡ଼ା ଅନୁଭବ ହୋଇନଥାଏ । ଆବଶ୍ୟକତା ହେଲେ ଦିନକୁ ୨ ଥର ସ୍ନାନ କରିପାରିବେ । ଟାଇଟ୍ ପୋଷାକ ପିନ୍ଧିବା ଠାରୁ ଦୂରେଇ ରୁହନ୍ତୁ ।

୪. ଡାଏଟ୍ ଚାର୍ଟରେ ପରିବର୍ତ୍ତନ: ଖରା ଦିନେ ଡାଏଟ୍ ଚାର୍ଟକୁ ନେଇ ବିଶେଷ ଯତ୍ନବାନ ହୁଅନ୍ତୁ । ଅଧିକରୁ ଅଧିକ ମୌସୁମୀ ଫଳ ଏବଂ ପରିବା ସେବନ କରନ୍ତୁ । ତରଭୁଜ, କାକୁଡ଼ି, ଆମ୍ବ, ପଇଡ଼ ପାଣି ସହ ଡ୍ରାଏ ଫ୍ରୁଟ୍ସ ମଧ୍ୟ ଡାଏଟ୍ ଚାର୍ଟରେ ସାମିଲ କରନ୍ତୁ ।

୫. ଆରାମଦାୟକ ଫୁଟ୍‌ୱିୟର ପିନ୍ଧନ୍ତୁ: ଖରା ଦିନେ ଟାଇଟ୍ ଫୁଟ୍‌ୱିୟର କିମ୍ବା ହିଲ ପିନ୍ଧିବା ଠାରୁ ଦୂରେଇ ରୁହନ୍ତୁ । ଏହା ଆପଣଙ୍କ ପାଦ ଉପରେ ଅଧିକ ଚାପ ପକାଇଥାଏ । ଫଳରେ ପାଦ ଛେଲି ହେବା, ପାଦ ଫୁଲିଯିବା, ଝାଳ କାରଣରୁ ପାଦ ଇନଫେକସନ ହେବା ଭଳି ସମସ୍ୟା ଦେଖାଦେଇଥାଏ ।

Get real time updates directly on you device, subscribe now.