fbpx
BJD
BJD SKY
BJD SKY

ଅବସର ନେଲେ ଆଉ ଜଣେ ଷ୍ଟାର ଖେଳାଳି: ଇଣ୍ଟରନେସନାଲ କ୍ରିକେଟକୁ କହିଲେ ଅଲବିଦା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି ଟିମ ଇଣ୍ଡିଆର ଆଉ ଜଣେ ଷ୍ଟାର ଖେଳାଳି । କ୍ରିକେଟର ସବୁ ଫର୍ମାଟରୁ ବିଦାୟ ଘୋଷଣା କରିଛନ୍ତି ରବିନ ଉତ୍ଥପା । ସୋସିଆଲ ମିଡିଆରେ ଏକ ଇମୋସନାଲ ପୋଷ୍ଟ ଲେଖି ଅବସର ଘୋଷଣା କରିଛନ୍ତି ଚେନ୍ନାଇ ସୁପର କିଙ୍ଗସର ଏହି ଷ୍ଟାର ପ୍ଲେୟର । ଫଳରେ ସେିଏସକେକୁ ଲାଗିଛି ଆଉ ଏକ ଶକ୍ତ ଝଟକା । ଏହାପୂର୍ବରୁ ମିଷ୍ଟର ଆଇପିଏଲ ସୁରେଶ ରାଇନା କ୍ରିକେଟକୁ ଅଲବିଦା କହିଥିଲେ ।

୨୦୦୬ ମସିହାରେ ଇଂଲଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ଡେବ୍ୟୁ କରିଥିଲେ ରବିନ । ଏହି ମ୍ୟାଚରେ ସେ ୮୬ ରନର ଏକ ଦମଦାର ପାଳି ଖେଳିଥିଲେ । ଆକ୍ରମକ ବ୍ୟାଟିଂ ପାଇଁ ପରିଚିତ ଏହି ଷ୍ଟାର ଖେଳାଳି ହ୍ୱାଇଟ ବଲ କ୍ରିକେଟରେ ଖୁବ ପାରଦର୍ଶିତା ଦେଖାଇଛନ୍ତି । ତେବେ ୨୦୧୫ରେ ଶେଷ ଥର ପାଇଁ ସେ ଇଣ୍ଡିଆନ ଜର୍ସିରେ ଖେଳିଥିଲେ । ତେବେ ଆଇପିଏଲ ଫ୍ରାଞ୍ଚାଇଜି ଚେନ୍ନାଇ ସୁପର କିଙ୍ଗସର ସଦସ୍ୟ ଥିବା ବେଳେ ଉତ୍ଥାପା ଏହି ଟି-୨୦ ଲିଗରୁ ମଧ୍ୟ ବିଦାୟ ନେଇଛନ୍ତି ।

ଟ୍ୱିଟ କରି ସେ ଲେଖିଛନ୍ତି ଯେ, ନିଜ ଦେଶ ଏବଂ ରାଜ୍ୟ କର୍ଣ୍ଣାଟକର ପ୍ରତିନିଧିତ୍ୱ କରିବା ମୋ ପାଇଁ ଏକ ବଡ ସମ୍ମାନ । ତେବେ ପ୍ରତ୍ୟେକ ଭଲ ଜିନିଷର ଶେଷ ହେବା ଆବଶ୍ୟକ । କୃତଜ୍ଞ ହୃଦୟ ସହିତ କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ନେଉଛି ବୋଲି ଲେଖି ସେ ପୋଷ୍ଟ କରିଛନ୍ତି ।

ଉତ୍ଥାପା ନିଜ କ୍ୟାରିୟରରେ ୪୬ଟି ଦିନିକିଆ ମ୍ୟାଚରୁ ୯୩୪ ରନ କରିଥିବା ବେଳେ ୧୩ ଟି-୨୦ରେ ୨୪୯ ରନ ସଂଗ୍ରହ କରିଛନ୍ତି । ତେବେ ଆଇପିଏଲରେ ଉତ୍ଥାପାଙ୍କ କ୍ୟାରିୟର ଖୁବ ସଫଳ ରହିଛି । ଇଣ୍ଡିଆନ ଟିମରୁ ବାଦ ପଡିବା ପରେ ସେ ଆଇପିଏଲ ଏବଂ ଘରୋଇ କ୍ରିକେଟ ଜାରି ରଖିଥିଲେ । ଆଇପିଏଲରେ ସେ କୋଲକାତା ନାଇଟ ରାଇଡର୍ସ, ରାଜସ୍ଥାନ ରୋୟଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ତରଫରୁ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି ।

Get real time updates directly on you device, subscribe now.