fbpx
BSKY
BJD MC SKY
BJD YOUTH SKY

‘ଗାନ୍ଧି କିସି ସେ ମାଫି ନେହିଁ ମାଙ୍ଗତା’: ପୁଣି ରାହୁଲଙ୍କ ବିରୋଧରେ ଦାୟର ହେଲା ଏକ ମାନହାନୀ ମକଦ୍ଦମା

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କର ମୁସ୍କିଲ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗୋଟିଏ ମାନହାନୀ ମକଦ୍ଦମା ପାଇଁ ରାହୁଲ ଲୋକସଭା ସାଂସଦ ସଭ୍ୟ ପଦ ହରାଇଥିବା ବେଳେ ତାଙ୍କ ବିରୋଧରେ ପୁଣି ଦାୟର ହୋଇଛି ଏକ ମାନହୀନ କେସ । ବୀର ସଭରକରଙ୍କ ନାତି ପୁଣେ କୋର୍ଟରେ ରାହୁଲଙ୍କ ବିରୋଧରେ ଏହି ମାମଲା ଦାୟର କରିଛନ୍ତି । ରାହୁଲ ସଭରକରଙ୍କ ଅପମାନ କରିଥିବା ନେଇ ଏହି ମାମଲା ଦାୟର ହୋଇଛି ।

ଗତ ମାସ ୨୪ ତାରିଖରେ ରାହୁଲ ଲୋକସଭା ସାଂସଦ ପଦ ପାଇଁ ଅଯୋଗ୍ୟ ସାବ୍ୟସ୍ତ ହୋଇଥିଲେ । ୨୦୧୯ ଲୋକସଭା ନିର୍ବାଚନୀ ରାଲିରେ କର୍ଣ୍ଣାଟକରେ ରାହୁଲ ମୋଦୀ ସରନେମକୁ ଏକ ବିବାଦୀୟ ବୟାନ ଦେଇଥିଲେ । ଏହାପରେ ତାଙ୍କ ବିରୋଧରେ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ କୋର୍ଟରେ ମାମଲା ଦାୟର କରିଥିଲେ । ତେବେ ଅଯୋଗ୍ୟ ସାବ୍ୟସ୍ତ ହେବା ପରେ ରାହୁଲ ପ୍ରେସମିଟରେ ଯୋଗ ଦେଇଥିଲେ । ସେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଲୋକମାନେ ଚାହୁଁଥିବା ନେଇ ରାହୁଲଙ୍କୁ ପ୍ରଶ୍ନ କରାଯାଇଥିଲା ।

ଏନେଇ ରାହୁଲ କହିଥିଲେ, ‘ମୋର ନାମ ସଭରକର ନୁହେଁ, ମୋର ନାମ ଗାନ୍ଧି । ଗାନ୍ଧି କାହାକୁ ମାଫି ମାଗେ ନାହିଁ ।’ ତେବେ ରାହୁଲ ଏକଥା ପ୍ରଥମ ଥର କହିନଥିଲେ । ଏହା ପୂର୍ବରୁ ଅନେକ ଥର ସଭରକରଙ୍କ ନାଁ ନେଇଥିଲେ । ସଭରକର ଇଂରେଜଙ୍କୁ ଡରି ଯାଇଥିଲେ ଓ ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର କୌଣସି ଯୋଗଦାନ ନଥିଲା ବୋଲି ସେ ବୟାନ ଦେଇଥିଲେ । ତେବେ ସଭରକରଙ୍କ ଅପମାନ କରାଯାଇ ଥିବାରୁ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତାଙ୍କ ନାତି ଦାବି କରିଛନ୍ତି ।

Get real time updates directly on you device, subscribe now.