fbpx

କୋଟା କୋଚିଙ୍ଗ ସେଣ୍ଟର ପାଇଁ ଜାରି ହେଲା ଆଉ ଏକ ଗାଇଡ ଲାଇନ, ଟେଷ୍ଟ ହେବ କିନ୍ତୁ ରାଗିଙ୍ଗ ହେବ ନାହିଁ

ନୂଆଦିଲ୍ଲୀ : କୋଚିଙ୍ଗ ଫ୍ୟାକଟ୍ରି କୋଟାରେ ଛାତ୍ରଙ୍କର ସୁଇସାଇଡ ମମଲା ରୋକିବା ପାଇଁ ଏକ ନୂଆ ଗାଇଡ ଲାଇନ ଜାରି କରାଯାଇଛି । ପ୍ରଶାସନ ଏଥି ପାଇଁ ଆଦେଶ ଜାରି କରିଛି । ଆଦେଶ ଅନୁସାରେ ୨ ମାସ ଟେଷ୍ଟ ନ କରିବାକୁ କୁହାଯାଇଥିଲା । କିନ୍ତୁ ଏବେ ପୁଣି ଗାଇଡ ଲାଇନରେ ପରିବର୍ତ୍ତନ ହୋଇଛି । କୋଟାର କଲେକଟର ଓଁମ ପ୍ରକାଶ ବୁନକର ମଙ୍ଗଳବାର ଦିନ ଆଉ ଏକ ଆଦେଶ ଜାରି କରିଛନ୍ତି । ତେବେ ଏହି ଆଦେଶରେ ରୋକ ଲଗା ଯାଇଥିବା ପରୀକ୍ଷା ପୁଣି ଥରେ କରିବା ପାଇଁ କୁହାଯାଇଛି ।

ଏହା ଛଡା ପୂର୍ବରୁ ଲାଗୁ ହୋଇଥିବା ଗାଇଡ ଲାଇକୁ କଡାକଡି ଭାବେ ପାଳନ କରିବାକୁ କହିଛନ୍ତି । ଆଦେଶ ଅନୁଶାରେ ଯେଉଁ ଟେଷ୍ଟ ହେବ ତାହାର ରେଜଲ୍ଟ ୩ ଦିନ ଭିତରେ ଜାରି କରିବାକୁ ହେବ । ଏହା ଛଡା କହିଛନ୍ତି ଏହି ରେଜଲ୍ଟକୁ ସାର୍ବଜନିକ ନ କରିବାକୁ କହିଛନ୍ତି । ଏହା ଛଡା କୁହା ଯାଇଛି କୌଣସି ମ୍ୟାରେଟ ଲିଷ୍ଟ ମଧ୍ୟ ଜାରି କରାଯିବ ନାହିଁ । ଯେଉଁ ଦିନ ଛାତ୍ର ମାନଙ୍କ ଟେଷ୍ଟ କରାଯିବ ତାହାର ପରଦିନ ଛୁଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗରୁ ମଧ୍ୟ ଅନେକ ଗାଇଡ ଲାଇନ ଜାରି କରାଯାଇଥିଲା । ଏହି ଗାଇଡ ଲାଇନରେ ଛାତ୍ରଙ୍କ ଗତିବିଧି ଉପରେ ନଜର ରଖିବାକୁ କୁହାଯାଇଥିଲା ।

ଏହା ଛଡା ଛାତ୍ରଙ୍କ ସହିତ ମାତା ପିତାଙ୍କୁ ମଧ୍ୟ କାଉସିଲିଙ୍ଗ କରାଯାଇଥିଲା । ଛାତ୍ର ମାନଙ୍କ ଉପରେ ପେସର କମ କରିବା ପାଇଁ ଜିଲ୍ଲା ପ୍ରଶାସନ ଅନେକ ଗାଇଡ ଲାଇନ କରାଯାଇଥିଲା । କିନ୍ତୁ ଅଧିକାଂଶ କୋଚିଙ୍ଗ ସେଣ୍ଟର ଏହି ଗାଇଡ ଲାଇକୁ ଠିକରେ ପାଳନ କରୁ ନାହାନ୍ତି । ଏହା ଫଳରେ ଛାତ୍ରମାନଙ୍କ ଉପରେ ପ୍ରେସର ବଢିଯାଏ ଏବଂ ସେମାନେ ଆତ୍ମହତ୍ୟା କରନ୍ତି । ଆଗକୁ ପ୍ରଶାସନ କ’ଣ ପଦକ୍ଷପ ନେଉଛି ତାହା ଦେଖିବା ବାକି ରହିଲା ।

Get real time updates directly on you device, subscribe now.