fbpx

ଟ୍ରମ୍ପଙ୍କ ଉପରେ ଜରିମନା ଲଗାଇବାକୁ ଦାବି : ଲାଗିଲା ଦୁର୍ନୀତି କରିଥିବାର ଅଭିଯୋଗ

ନୂଆଦିଲ୍ଲୀ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଲାଗିଲା ଅଭିଯୋଗ । ଏନେଇ ଟ୍ରମ୍ପଙ୍କ ବିରୋଧରେ ସୋମବାର ନ୍ୟୁୟର୍କ କୋର୍ଟରେ ମାମଲା ଚାଲିଥିଲା । ସେ ୧୦୦ ମିଲିୟନ ଡଲାର ଅର୍ଥାତ ୮୩୨ କୋଟି ଟଙ୍କାରୁ ଅଧିକ ଦୁର୍ନୀତି କରିଥିବାର ଅଭିଯୋଗ ଲାଗିଛି ।

ସୂଚନା ଅନୁସାରେ, ଟ୍ରମ୍ପ ଦୁର୍ନୀତି କରିଥିବାର ଅଭିଯୋଗରେ ନ୍ୟୁୟର୍କ କୋର୍ଟରେ ମାମଲା ଚାଲିଛି । କୁହାଯାଉଛି ଯେ, ସେ ନିଜ ଜମି, ସମ୍ପତ୍ତି ବିଷୟରେ ମିଥ୍ୟା ତଥ୍ୟ ଦେଇ ଆୟ ବଢାଇଛନ୍ତି । ଏନେଇ ନ୍ୟୁୟର୍କର ଆଟର୍ଣ୍ଣି ଜେନେରାଲ ଲେଟିଟିଆ ଅଭିଯୋଗ କରିଛନ୍ତି । ଟ୍ରମ୍ପଙ୍କ ବିରୋଧରେ ୨୫୦ ମିଲିୟନ ଡଲାରର ଜରିମନା ଲଗାଇବାକୁ ଆଟର୍ଣ୍ଣି ଜେନେରାଲ ଜଷ୍ଟିସ ଆର୍ଥର ଏଫ୍‌. ଏଙ୍ଗୋରେନଙ୍କ ନିକଟରେ ଦାବି ରଖିଛନ୍ତି । ଏହା ସହିତ ନ୍ୟୁୟର୍କରେ ଥିବା ଟ୍ରମ୍ପଙ୍କର ଏବଂ ତାଙ୍କର ଦୁଇ ପୁଅଙ୍କ ସମସ୍ତ ବ୍ୟବସାୟ ବନ୍ଦ କରିବାକୁ ମଧ୍ୟ ନିବେଦନ କରିଛନ୍ତି । ଏହାପରେ ତାଙ୍କ ସଂଗଠନ ଉପରେ ୫ ବର୍ଷ ପର୍ଯ୍ୟନ୍ତ କଟକଣା ଲଗାଇବାକୁ କହିଛନ୍ତି ।

Get real time updates directly on you device, subscribe now.