fbpx

ରାଜ୍ୟରେ ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଲା କରୋନା

AAKASH

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଇଛି କରୋନା ମହାମାରୀ । ସମ୍ପୃକ୍ତ ସାମ୍ବାଦିକ ଜଣକ ହେଉଛନ୍ତି ଅନୁଗୁଳ ଜିଲ୍ଲାର ‘ଜି ଓଡ଼ିଶା’ ପ୍ରତିନିଧି ରଘୁନାଥ ସାହୁ। ସେ ଶୁକ୍ରବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ସୂଚନାନୁସାରେ, ସେ ଗତ କିଛି ଦିନ ପୂର୍ବରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ପରେ ସମ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୨୯ ବର୍ଷ ବୟସ ହୋଇଥିଲା । ତେବେ ଏପର୍ଯ୍ୟନ୍ତ କରୋନା ନେଲାଣି ୩୭ ଜଣ ସାମ୍ବାଦିକଙ୍କ ଜୀବନ । ଚଳିତ ବର୍ଷ ୩୩ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବାବେଳେ ଗତ ବର୍ଷ ମହାମାରୀରେ ୪ ଜଣ ସାମ୍ବାଦିକ ପ୍ରାଣ ହରାଇଥିଲେ ।

Get real time updates directly on you device, subscribe now.