fbpx
BJD SKY
BJD SKY

ଅଯୋଧ୍ୟାରେ ଆଉ ଏକ ଜମି ବିବାଦ, ୨୦ ଲକ୍ଷ ଟଙ୍କାର ଜମି ଅଢେଇ କୋଟିରେ ବିକ୍ରି ହୋଇଥିବା ଅଭିଯୋଗ, ବଢିଲା ବିଜେପିର ମୁସ୍କିଲ

BJD

ଅଯୋଧ୍ୟା : ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଜାରି ରହିଥିବା ବେଳେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କିଣା ଯାଇଥିବା ଏକ ଜମିକୁ ନେଇ ବିବାଦ ଦିନକୁ ଦିନ ଅଧିକ ଘନୀଭୁତ ହେବାରେ ଲାଗିଛି । ବିରୋଧୀ ଦଳର ନେତା ଏହି ପ୍ରସଙ୍ଗକୁ ନେଇ ବିଜେପି ଓ ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘକୁ ନିଶାଣ କରିବାରେ ଲାଗିଛନ୍ତି । ଅନ୍ୟପଟେ ବିଜେପି ପକ୍ଷରୁ କ୍ରମାଗତ ଏହି ସବୁ ଅଭିଯୋଗକୁ ଖଣ୍ଡନ କରାଯାଉଛି । ହେଲେ ଏହା ମଧ୍ୟରେ ଆଉ ଦୁଇଟି ଜମିକୁ ନେଇ ହୋଇଥିବା ଚୁକ୍ତି ବିଜେପିର ମୁସ୍କିଲ ବଢାଇ ଦେଇଛି । ଅଭିଯୋଗ ହୋଇଛି ଯେ, ଯେଉଁ ନୂତନ ଜମି କ୍ରୟ ନେଇ ଚୁକ୍ତି ହୋଇଛି ସେଥିରେ ମେୟର ଋଷିକେଶ ଉପାଧ୍ୟାୟଙ୍କ ଭଣଜା ଦୀପ ନାରାୟଣ ଉପାଧ୍ୟାୟଙ୍କ ଭୂମିକା ରହିଛି ।

ସୂଚନା ଅନୁଯାୟୀ, ଅଯୋଧ୍ୟାର ମେୟରଙ୍କ ଭଣଜା ୨୦ ଲକ୍ଷ ଟଙ୍କାରେ ଯେଉଁ ଜମି କିଣିଥିଲେ, ତାକୁ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ଅଢେଇ କୋଟି ଟଙ୍କାରେ ବିକିଛନ୍ତି । ସେହି ପରି ଅନ୍ୟ ଏକ ଜମି, ଯାହାକୁ ୨୭ ଲକ୍ଷ ଟଙ୍କାରେ କିଣା ଯାଇଥିଲା, ତାହା ମଧ୍ୟ ମେୟରଙ୍କ ଭଣଜା ରାମ ମନ୍ଦିର ଟ୍ରଷ୍ଟକୁ ଏକ କୋଟି ଟଙ୍କାରେ ବିକିଛନ୍ତି । ଏହି ଜମି ଚୁକ୍ତିକୁ ନେଇ ଆମ୍ ଆଦମୀ ପାର୍ଟିର ନେତା ସଞ୍ଜୟ ସିଂହ ଟ୍ଵିଟ୍ କରି ବିଜେପିକୁ ଟାର୍ଗେଟ୍ କରିଛନ୍ତି ।

ତିନି ମାସ ପୂର୍ବରୁ ୩ ଲକ୍ଷରେ କିଣା ଯାଇଥିଲା ଜମି

ଅଭିଯୋଗ ହୋଇଛି ଯେ, ଅଯୋଧ୍ୟା ମେୟରଙ୍କ ଭଣଜା ୨୦୨୧ ଫେବୃଆରୀ ୨୦ରେ ୮୯୦ ବର୍ଗ ମିଟରର ଜମି ଅଯୋଧ୍ୟାର ମହନ୍ତ ଦେବେନ୍ଦ୍ର ପ୍ରସାଦ ଆଚାର୍ୟ୍ୟାଙ୍କଠୁ ୨୦ ଲକ୍ଷ ଟଙ୍କାରେ କିଣିଥିଲେ । ସେହି ସମୟରେ ଉକ୍ତ ଜମିର ମୂଲ୍ୟ ସେହି ଅଞ୍ଚଳ ହିସାବରେ ୩୫.୬ ଲକ୍ଷ ଟଙ୍କା ଆକଳନ କରାଯାଇଥିଲା । କିନ୍ତୁ ଚୁକ୍ତିନାମାର ଯେଉଁ ଦସ୍ତାବିଜ ସାମ୍ନାକୁ ଆସିଛି, ସେହି ଅନୁସାରେ, ତିନି ମାସ ପୂର୍ବେ ଦୀପ ନାରାୟଣ ଏହି ଜମିକୁ ରାମ ମନ୍ଦିର ଟ୍ରଷ୍ଟକୁ ୨ କୋଟି ୫୦ ଲକ୍ଷ ଟଙ୍କାରେ ବିକିଛନ୍ତି ।

ଏହା ମଧ୍ୟ ଅଭିଯୋଗ ହୋଇଛି, ଦୀପ ନାରାୟଣ ଆଉ ଏକ ୬୭୬ ବର୍ଗ ମିଟର ଜମିକୁ ଠିକ୍ ସେହି ଦିନ ମନ୍ଦିର ଟ୍ରଷ୍ଟକୁ ଏକ କୋଟି ଟଙ୍କାରେ ବିକିଥିଲେ । କିନ୍ତୁ ସେହି ଅଞ୍ଚଳର ଚାହିଦା ହିସାବରେ ଉକ୍ତ ଜମିର ମୂଲ୍ୟ ୨୭ ଲକ୍ଷ ଟଙ୍କା ଥିଲା । ଅର୍ଥାତ ଯେଉଁ ଜମିର ମୂଲ୍ୟ ପ୍ରତି ବର୍ଗ ମିଟର ୪ ହଜାର ଟଙ୍କା ରହିଥିଲା ତାକୁ ୧୪ ହଜାର ୭୭୪ ଟଙ୍କାରେ ବିକ୍ରି କରାଯାଇଛି । ଆଶ୍ଚର୍ୟ୍ୟୁକର କଥା, ଏହି ଦୁଇ ଜମି ଡିଲରେ ଟ୍ରଷ୍ଟ ପକ୍ଷରୁ ସାକ୍ଷୀ ହିସାବରେ ଅନିଲ ମିଶ୍ର ଉପସ୍ଥିତ ଥିଲେ । ଏ ହେଉଛନ୍ତି ସେହି ଅନିଲ ମିଶ୍ର ଯିଏ ରାମ ଜନ୍ମ ଭୂମି ଟ୍ରଷ୍ଟର ପ୍ରଥମ ଜମି ବିବାଦରେ ମଧ୍ୟ ସାକ୍ଷୀ ଥିଲେ ।

ଏହି ମାମଲାରେ ଆମ୍ ଆଦମୀ ପାର୍ଟିର ନେତା ସଞ୍ଜୟ ସିଂହ ବିଜେପିକୁ ଶାଣିତ ସ୍ଵରରେ ସମାଲୋଚନା କରି କହିଛନ୍ତି ଯେ, ବିଜେପି ନେତା ରାମ ମନ୍ଦିର ନିର୍ମାଣ ପାଇଁ ଜନତା ଦେଇଥିବା ଚାନ୍ଦା ଚୋରି କରି ନେଇଛନ୍ତି । ଏଥିପାଇଁ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କରି ପାରୁ ନାହାନ୍ତି । ବିଜେପି ମେୟରଙ୍କ ଭଣଜା ୨୦ ଲକ୍ଷ ଟଙ୍କାର ଜମି ଟ୍ରଷ୍ଟକୁ ଅଢେଇ କୋଟି ଟଙ୍କାରେ ବିକ୍ରି କରି ୧୩ ଗୁଣ ଆୟ କରିଛନ୍ତି ।

 

Get real time updates directly on you device, subscribe now.