fbpx

କାଲିଠୁ କ୍ୟାମ୍ପେନ୍ ମୋଡରେ ହେବ ଟିକାକରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲିଠାରୁ ସାରା ରାଜ୍ୟରେ କ୍ୟାମ୍ପେନ୍ ମୋଡରେ ହେବ ଟିକାକରଣ । କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ହେବ ଟିକାକରଣ । ପ୍ରତ୍ୟେକ ଦିନ ୩ଲକ୍ଷ ଟିକାକରଣ କରିବା ପାଇଁ ଟାର୍ଗେଟ ରଖିଛନ୍ତି ରାଜ୍ୟ ସରକାର । ସମସ୍ତ ବ୍ଲକ ଓ ମ୍ୟୁନିସିପାଲଟିରେ କ୍ୟାମ୍ପେନ ମୋଡ଼ରେ କରାଯିବ ଟିକାକରଣ ।

ସୂଚନାକ୍ରମେ, ପ୍ରତ୍ୟେକ ବ୍ଲକରେ ଓ ଘଇଉରେ ୫ଟି ଲେଖାଏଁ ସେସନ ହେବ । ପୌର ପରିଷଦରେ ୧୦ଟି ଓ ମହାନଗର ନିଗମରେ ୨୦ଟି ସେସନ କରାଯିବ । ଉଭୟ ଅନଲାଇନ ଓ ଅଫଲାଇନ ଟିକାକରଣ ପାଇଁ ଜିଲ୍ଲାସ୍ତରରେ ଯୋଜନା କରାଯିବ । ସଠିକ ସମୟରେ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବା ଉପରେ ଗୁରୁତ୍ବ । ଏନେଇ ସବୁ ଜିଲ୍ଲାପାଳଙ୍କୁ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.