fbpx
BSKY SKY
BSKY SKY

ଜମ୍ମୁ-କାଶ୍ମୀର ସର୍ବଦଳୀୟ ବୈଠକକୁ ନେଇ ଚିନ୍ତାରେ ପାକିସ୍ତାନ; ଭାରତକୁ ଦେଲା ଚେତାବନୀ

BSKY

ନୂଆଦିଲ୍ଲୀ: ଜୁନ୍ ୨୪ରେ ରାଜଧାନି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଜମ୍ମୁ କାଶ୍ମୀର ପ୍ରସଙ୍ଗରେ ଆଲୋଚନା ପାଇଁ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏଥିରେ ଜାମ୍ମୁ କାଶ୍ମୀର ୧୪ ଜଣ ନେତାଙ୍କୁ ଡକାଯାଇଛି । ଏଥିପାଇଁ ସମସ୍ତ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ଏହି ଖବର ପାଇବା ମାତ୍ରେ ପାକିସ୍ତାନର ଚିନ୍ତା ବଢିଯାଇଛି । ଯଦି କାଶ୍ମୀର ଭୌଗଳିକ ସ୍ଥିତିକୁ ନେଇ ଭାରତ ସରକାର ଯଦି ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ ତାହାଲେ ଏହାକୁ ପାକିସ୍ତାନ ବାରଣ କରିବ ।

ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଜାରି କରିଥିବା ରିପୋର୍ଟ ଅନୁଯାୟୀ ମନ୍ତ୍ରୀ ମହମ୍ମଦ କୁରେଶୀ କହିଛନ୍ତି କି କାଶ୍ମୀରରେ ଯେକୌଣସି ପ୍ରକାରର ପରିବର୍ତ୍ତନ ହେଲେ ପାକିସ୍ତାନ ତାର ମୁହଁ ଖୋଲିବ । ପାକିସ୍ତାନ ଏହା ମଧ୍ୟ କହିଛି ପ୍ରଧାନମନ୍ତ୍ରୀ ୧୪ଟି ରାଜନୀତିକ ଦଳର ନେତାଙ୍କୁ ବୈଠକ ପାଇଁ ଆମନ୍ତ୍ରଣ କରିଛନ୍ତି । ଜାମ୍ମୁ କାଶ୍ମୀରରେ ବିଧାନ ସଭା ନିର୍ବାଚନ ପାଇଁ ଏହି ବୈଠକ ହୋଇ ପାରେ ବୋଲି କୁହାଯାଉଛି । ଯଦି ଏହି ନିର୍ବାଚନ ହେବ ତାହାଲେ ଏହାକୁ ପାକିସ୍ତାନ ବିରୋଧ କରିବ ବୋଲି କହିଛି ।

ଅଗଷ୍ଟ ୨୦୧୯ରେ ନରେନ୍ଦ୍ର ମୋଦିଙ୍କ ସରକାର ଧାରା ୩୭୦ ରଦ୍ଦ କରିବା ପରେ ପାକିସ୍ତାନର ଚିନ୍ତାରେ ପଡିଯାଇଥିଲା । ଯଦି ଏହା ଭାରତର ଅନ୍ତରୀଣ ମାମଲା ହେଲେ ଏହାକୁ ଅନ୍ତର୍ଜାତୀୟ ପ୍ରସଙ୍କ କରି ପାକିସ୍ତାନ ଭାରତ ବିରୋଧରେ ଅନେକ ସ୍ୱର ଉଠାଇଛି । ଆଉ ଏହି ପ୍ରସଙ୍ଗକୁ ଅନେକ ଥର ଉଠାଇ ଅସୁବିଧାର ସମ୍ମୁଖୀନ ହୋଇଛି ।

Get real time updates directly on you device, subscribe now.