fbpx

ଚିତ୍ତରଞ୍ଜନ ମୃତ୍ୟୁ ରହସ୍ୟ: କ୍ରାଇମବ୍ରାଞ୍ଚ ହାତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଆଉ ଜଣେ ଯୁବକଙ୍କୁ ନେଇ ବଢ଼ୁଛି ସନ୍ଦେହ

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟକାଣ୍ଡରୁ ଉପର ଆଜି ପର୍ଯ୍ୟନ୍ତ ପରଦା ହଟିପାରି ନାହିଁ । ଇତିମଧ୍ୟରେ ଚିତ୍ତଙ୍କ ମୃତ୍ୟକୁ ୧୨ ଦିନ ପୂରିସାରିଥିବା ବେଳେ କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଚିତ୍ତଙ୍କ ପରିବାରଲୋକେ । ଅନ୍ୟପଟେ ରକ୍ତ ନମୂନା, ଭିସେରା ରିପୋର୍ଟ ସହିତ ୫ ଜଣଙ୍କ ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି କ୍ରାଇମବ୍ରାଞ୍ଚ ଡିଏସପି ସୂଚନା ଦେଇଛନ୍ତି ।

ଗତ ୧୧ ତାରିଖ ଦିନ ରାତି ୯ଟାରେ କିଛି ବ୍ୟକ୍ତି ଚିତ୍ତଙ୍କୁ ଘରୁ ଡାକି ନେବା ପରେ ୧୩ ତାରିଖ ଦିନ ତାଙ୍କର କ୍ଷତବିକ୍ଷତ ଶବ ପୁରୀର ଗଡ଼ମୃଗଶିରା ନିକଟସ୍ଥ ନୂଆନଈରୁ ପୋଲିସ ଜବତ କରିଥିଲା । ଗତ ୧୫ ତାରିଖରେ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ଡିଜିପି ଅଭୟ । ତେବେ ଆଉ ଜଣେ ଯୁବକ ଚିତ୍ତଙ୍କ ସ୍ଥାନରେ ପୂର୍ବରୁ କାମ କରୁଥିଲେ । ପରେ ଚିତ୍ତଙ୍କ ପତିଆରା ବୃଦ୍ଧି ପାଇବା ପରେ ଉକ୍ତ ଯୁବକ ଜଣଙ୍କ ଏହି ହତ୍ୟାକାଣ୍ଡ ଘଟାଇଥିବା ନେଇ ଚିତ୍ତଙ୍କ ପରିବାର ଅଭିଯୋଗ କରିଥିଲେ । ମାତ୍ର ବର୍ତ୍ତମାନ ଉକ୍ତ ଯୁବକ ଜଣଙ୍କ ଫେରାର ରହିଥିବା ବେଳେ ତାଙ୍କୁ ଏ ପର୍ଯ୍ୟନ୍ତ ତଦନ୍ତ ପରିସରକୁ ନିଆଯାଇନଥିବା ଚିତ୍ତଙ୍କ ପରିବାରଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ କ୍ରାଇମବ୍ରାଞ୍ଚ ହାତରେ ହତ୍ୟାକାରୀର କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.