fbpx
BSKY
BJD YOUTH SKY
BJD MS SKY

ଲଞ୍ଚ ପୂର୍ବରୁ Xiaomi 12 ବଜାରରେ କଲା ଜବରଦସ୍ତ ଓପେନିଂ, ଗୋଟିଏ ଦିନରେ ୨ ଲକ୍ଷରୁ ଅଧିକ ଫୋନ୍ ରିଜର୍ଭ

ନୂଆଦିଲ୍ଲୀ: ଲଞ୍ଚ ହେବା ପୂର୍ବରୁ ହିଁ ଢସବକ୍ଟଜ୍ଞସ ୧୨ ସିରିଜ୍ ୟୁଜର୍ସଙ୍କ ମନ କିଣିନେଇଛି । ଡିସେମ୍ବର ୨୩ ତାରିଖରେ ଓପନ୍ ରିଜର୍ଭେସନ୍ ରେ ଏହି ସିରିଜ୍ ର ସ୍ମାର୍ଟଫୋନ୍ କୁ ଗୋଟିଏ ଦିନରେ ୨ ଲକ୍ଷରୁ ଅଧିକ ରିଜର୍ଭେସନ୍ ମିଳିସାରିଛି । କମ୍ପାନୀ ପକ୍ଷରୁ ଏହି ଫୋନ୍ କୁ ଡିସେମ୍ବର ୨୮ ତାରିଖରେ ଲଞ୍ଚ କରାଯିବ । ଏହି ସିରିଜ୍ ର ଦୁଇଟି ସ୍ମାର୍ଟଫୋନ୍ ଲଞ୍ଚ ହେବ । ଗୋଟିଏ ହେଲା ସାଓମି ୧୨ ଓ ସାଓମି ୧୨ ପ୍ରୋ ।

ସାଓମି ୧୨ ସିରିଜ୍ ର ପ୍ରୀ-ରିଜର୍ଭେସନ୍ ପାଇଁ JD.com, Tmall ବ୍ୟତୀତ ଚୀନର କିଛି ପୋର୍ଟାଲ ଉପଲବ୍ଧ କରାଯାଇଥିଲା । ସାଓମିର କହିବାନୁସାରେ, ପ୍ରି-ରିଜର୍ଭେସନ୍ ରେ ଟିମଲ୍ ରେ ୧୮ ହଜାରରୁ ଅଧିକ ଲୋକ ସାଓମି ୧୨ ସ୍ମାର୍ଟଫୋନ୍ ରିଜର୍ଭ କରାଯାଇଛି । ସେହିପରି ଜେଡି.କମ୍ ରେ ୮୦ ହଜାର ଜଣ ରିଜର୍ଭ କରିଛନ୍ତି । ସାଓମି ୧୨ ପ୍ରୋ ପାଇଁ ଟିମଲ୍ ରେ ୨୧ ହଜାର ଓ ଜେଡି.କମ୍ ରେ ୯୨ ହଜାର ଜଣ ରିଜର୍ଭ କରିଛନ୍ତି ।

ସାଓମି ୧୨ ସିରିଜର ଏହି ଦୁଇଟି ସ୍ମାର୍ଟଫୋନ୍ କୁ ଅନେକ ୱେବସାଇଟ୍ ରେ ସାର୍ଟିଫିକେସନ୍ ମିଳିସାରିଛି । ଏହି ପରିପ୍ରେକ୍ଷୀରେ ଏହି ଦୁଇଟି ଫୋନ୍ ର ଅନେକ ସ୍ପେସିଫିକେସନ୍ ସାମନାକୁ ଆସିଛି । ଫଟୋଗ୍ରାଫୀ ପାଇଁ ସାଓମି ୧୨ରେ କମ୍ପାନୀ ପକ୍ଷରୁ ଓଆଇଏସ୍ ଅର୍ଥାତ୍ ଅପ୍ଟିକାଲ୍ ଇମେଜ ଷ୍ଟାବିଲାଇଜେସନ୍ ସହିତ ୫୦ ମେଗାପିକ୍ସେଲ୍ ର ଟ୍ରିପଲ୍ ରେୟାର୍ କ୍ୟାମେରା ସେଟଅପ୍ ଆସିପାରେ । ଏଥିରେ ୧୩ ମୋଗାପିକ୍ସେଲ୍ ର ଏକ ଅଲ୍ଟ୍ରା-ୱାଇଡ୍ ଏଙ୍ଗେଲ୍ ଲେନ୍ସ ଓ ଏକ ଟର୍ସିଆରୀ ଲେନ୍ସ ଦିଆଯାଇଛି । ତେବେ ସାଓମି ୧୨ ପ୍ରୋର କଣ ଫିଚର୍ ରହିଛି ସେ ସମ୍ପର୍କରେ କୌଣସି ତଥ୍ୟ ସାମନାକୁ ଆସିନାହିଁ ।

Get real time updates directly on you device, subscribe now.