fbpx

ରାଜ୍ୟର ଆଉ ଜଣେ ବିଧାୟକଙ୍କୁ କରୋନା

ଭୁବନେଶ୍ୱର, ୧୪ା୯(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଧାୟକ ଠାରୁ ଆରମ୍ଭ କରି ମନ୍ତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ କରୋନା ହୋଇଥିବା ସୂଚନା ମିଳିଛି । କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଯେଉଁ ମାନେ ଗତ କିଛି ଦିନ ହେବ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି କରୋନା ପରୀକ୍ଷା କରାଇ ନିଅନ୍ତୁ ବୋଲି ବିଧାୟକ ପ୍ରଦୀପ ମହାରଥୀ ତାଙ୍କ ସୋଶିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ।

Get real time updates directly on you device, subscribe now.