fbpx
BJD SKY
BJD SKY

ଚୀନର ପୁଣି ଏକ ନୂଆ ଅବିଷ୍କାର, ରକ୍ତ ପିଇ ବଢାଇ ପାରିବେ ବୟସ

BJD

ଓଡ଼ିଶା ଭାସ୍କର: ବୈଜ୍ଞାନିକମାନେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଆବିଷ୍କାର କରୁଛନ୍ତିି । ଏହି ଆବିଷ୍କାର ମଧ୍ୟରୁ କିଛି ଆମ ଜୀବନ ପାଇଁ ଲାଭ ଦାୟକ ହୋଇଥାଏ ତ କିଛି କ୍ଷତିକାରକ ମଧ୍ୟ ହୋଇଥାଏ । ଚୀନର ବୈଜ୍ଞାନିକମାନେ ବିଭିନ୍ନ ପ୍ରକାର ଆବିଷ୍କାର କରୁଥିବା କଥା ତ ଆପଣମାନେ ଜାଣିଥିବେ । ତେବେ ଚୀନର ବୈଜ୍ଞାନିକମାନେ ଏବେ ଆବିଷ୍କାର କରିଛି ବମ୍ପାୟାର ମୂଷା । କିଛି ମୂଷାଙ୍କ ବୟସ ବଢାଇବା ପାଇଁ ଚୀନ ଆରମ୍ଭ କରିଛି ନୂଆ ଉପାୟ । ମୂଷାଙ୍କ ଶରୀରରୁ ପୁରୁଣା ରକ୍ତ କାଢି ଯୁବମୂଷାଙ୍କ ରକ୍ତକୁ ଭରି ଥାଆନ୍ତି ଯାହା ଦ୍ୱାରା ମୂଷାଙ୍କ ବୟସ ବଢିଥାଏ ।

ଏହି କୌଶଳ ଦ୍ୱାରା ବୟସକୁ କମା ଯାଇ ପାରିବ ବୋଲି ଚୀନ ବୈଜ୍ଞାନିକମାନେ ମତ ଦେଇଛନ୍ତି । କିନ୍ତୁ ଏହି ପ୍ରୟୋଗ ଭୟଙ୍କର ମଧ୍ୟ ହୋଇପାରେ । କିଛି ରକ୍ତ ପିଉଥିବା ମୂଷାଙ୍କ ଉପରେ ହିଁ ଏହି ପ୍ରୟୋଗ କରାଯାଇଛି । ଲମ୍ବା ଜୀବନ ଦେବା ପାଇଁ ଠିକ ସମୟରେ ଯୁବମୂଷାଙ୍କ ରକ୍ତକୁ ଏହି ବମ୍ପାୟାର ମୂଷାଙ୍କ ଶରୀରରେ ଭରି ଥାଆନ୍ତି ।

ବମ୍ପାୟାର ମୂଷାଙ୍କ ଏହି ରିସର୍ଚ୍ଚକୁ ସେଲ ଷ୍ଟମ ସେଲ ନାମକ ଏକ ଜର୍ନାଲରେ ପବ୍ଲିସ କରାଯାଇଛି । ଏହି କୌଶଳକୁ ହେଷ୍ଟୋକ୍ରନିକ ପେରାବାୟୋସିସ ନାମ ଦିଆଯାଇଛି । ଗତ ୧୦ବର୍ଷ ଧରି ଏହା ଉପରେ ରିସର୍ଚ୍ଚ କରାଯାଉଥିଲା ଯେ କିପରି ନୂଆ ରକ୍ତ ଦ୍ୱାରା ଏକ ଜୀବକୁ ଅଧିକ ଦିନ ଯାଏଁ ଜୀବିତ ରଖା ଯାଇପାରିବ । ଏକ ବିଷେଷଜ୍ଞଙ୍କ ମତ ଅନୁସାରେ ପୁରୁଣା ରକ୍ତ ଅଙ୍ଗ, ଟିସ୍ୟୁ ଏବଂ ସେଲକୁ ପୁରୁଣା କରି ଦେଇଥାଏ କିନ୍ତୁ ଯୁବ ରକ୍ତ ଏହି ପ୍ରକ୍ରିୟାକୁ କମ କରି ଦେଇଥାଏ ।

 

 

 

Get real time updates directly on you device, subscribe now.