fbpx

କୋଟାରେ ଆଉ ଏକ ଛାତ୍ର-ଆତ୍ମହତ୍ୟା: ନିଟ ପ୍ରସ୍ତୁତି କରୁଥିବା ସମୟରେ ଫାଶୀ ଦେଇ କଲେ ସୁଇସାଇଡ଼

ରାଜସ୍ଥାନ: କୋଚିଂ ହବ କୋଟାରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ନିଟ ପାଇଁ ପ୍ରସ୍ତୁତି କରୁଥିବା ଜଣେ ଛାତ୍ରୀ ଆଜି ହଷ୍ଟେଲରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ଛାତ୍ରୀ ଜଣଙ୍କ ହେଲେ ଉତ୍ତରପ୍ରଦେଶ ଓରୈୟାର ନିଶା ଯାଦବ । ସେ କୋଟାରେ ରହି ଡାକ୍ତରୀ ପାଇଁ ପ୍ରସ୍ତୁତି କରୁଥିଲେ । ତେବେ ସେ ଗତକାଲି ହଷ୍ଟେଲରେ ଥିବା ବେଳେ ନିଜକୁ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ ।

ସୂଚନା ଅନୁଯାୟୀ, ନିଶା ପ୍ରଥମେ ଇନ୍ଦ୍ରବିହାର ଅଞ୍ଚଳରେ ଏକ ହଷ୍ଟେଲରେ ରହି ନିଟ ପାଇଁ ପ୍ରସ୍ତୁତି କରୁଥିଲେ । ତେବେ ପରେ ସେ ମହାବୀର ନଗରରେ ଉକ୍ତ ହଷ୍ଟେଲରେ ରହିବାକୁ ଆସିଥିଲେ । ତାଙ୍କ ପିତା ଚଳିତ ମାସ ୨୩ ତାରିଖରେ ତାଙ୍କୁ ନୂଆ ହଷ୍ଟେଲକୁ ଶିଫ୍ଟ କରିବା ପାଇଁ ଆସିଥିଲେ । ତେବେ ଦୁର୍ଘଟଣା ଦିନ ନିଶା ନିଜ ବାପାଙ୍କ ସହିତ ଫୋନରେ କଥା ମଧ୍ୟ ହୋଇଥିଲେ ବୋଲି ସୂଚନା ମିଳିଛି । ତେବେ ଗତକାଲି ରାତିରେ ସେ ଏପରି କରିଥିବା ଜଣାପଡ଼ିଛି ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବର୍ତ୍ତମାନ ଛାତ୍ରୀଙ୍କ ମୃତଦେହ ଏମବିଏସ ହସ୍ପିଟାଲର ଶବଗୃହରେ ରଖାଯାଇଛି । ପୁଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

କୋଟାରେ ଦିନକୁ ଦିନ ଛାତ୍ର ଆତ୍ମହତ୍ୟା ବଢ଼ିବାରେ ଲାଗିଛି । ଏହା ବର୍ତ୍ତମାନ ସେଠାକାର ସରକାରଙକ୍ ପାଇଁ ମୁଣ୍ହବିନ୍ଧାର କାରଣ ପାଲଟିଛି । ତେବେ ଦୁଇ ଦିନ ତଳେ କୋଟାରେ ନିଟ ପାଇଁ ପ୍ରସ୍ତୁତି କରୁଥିବା ଅନ୍ୟଜଣେ ଛାତ୍ରର ମୃତଦେହ ତାଙ୍କର ଭଡ଼ାଘରୁ ଉଦ୍ଧାର କରାଯାଇଥିଲା । ଏପରିକି ସେପ୍ଟେମ୍ବର ୧୮ ତାରିଖରେ ଉତ୍ତରପ୍ରଦେଶର ଏକ ୧୬ ବର୍ଷୀୟ ଛାତ୍ରୀ କିଛି ବିଷାକ୍ତ ପଦାର୍ଥ ଖାଇ ଆତ୍ମହତ୍ୟା କରିଥିଲେ ।

Get real time updates directly on you device, subscribe now.