fbpx

Big Breaking; ପୁଣି ଏକ ଟ୍ରେନ ଦୁର୍ଘଟଣାଗ୍ରସ୍ତ, ଲାଇନଚ୍ୟୁତ ହୋଇ ଟ୍ରାକ ତଳକୁ ଖସିଲା ଗାଡି

ବରଗଡ: କରମଣ୍ଡଳ ଦୁର୍ଘଟଣାର ଦୁର୍ଦ୍ଦଶା ସୁଧୁରିନଥିବା ବେଳେ ପୁଣି ଏକ ଟ୍ରେନ ଦୁର୍ଘଟରା ନେଇ ସୂଚନା ମିଳିଛି । ବରଗଡରେ ଦୁର୍ଘଟଣାର ଶିକାର ହୋଇଛି ଏକ ମାଲବାହୀ ଟ୍ରେନ । ମେଣ୍ଢାପାଲି ନିକଟରେ ଏହି ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇ ଟ୍ରାକ ତଳକୁ ଖସି ଆସିଥିବା ଜଣାଯାଇଛି । ଡୁଙ୍ଗୁରି ଚୂନପଥର ଖଣିରୁ ଆସିବା ବେଳେ ଗାଡିଟି ଦୁର୍ଘଟଣାର ଶିକାର ହୋଇଛି । ଚୂନ ପଥର ଖଣିରୁ ଗାଡିଟି ସିମେଣ୍ଟ କାରଖାନା ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଯାଇଛି । ତେବେ ଦୁର୍ଘଟରାରେ କୌଣସି କ୍ଷୟକ୍ଷତି ସମ୍ପର୍କରେ ଏବେ ପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରି ନାହିଁ ।

Get real time updates directly on you device, subscribe now.