fbpx

ବାହାନଗା ଟ୍ରେନ ଟ୍ରାଜେଡି: SCBରେ ଏବେ ବି ୧୪୨ ଯାତ୍ରୀ ଚିକିତ୍ସିତ, ICUରେ ୧୦ ଆହତ

ବାଲେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାରେ ୨୭୫ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ଏହାବ୍ୟତୀତ ୧୦୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଅନେକ ଲୋକ ଗୁରୁତର ଅବସ୍ଥାରେ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏମାନଙ୍କ ଭିତରୁ ୧୪୨ ଜଣ ଯାତ୍ରୀଙ୍କର କଟକ ଏସସିବି ମେଡିକାଲରେ ଚିକିତ୍ସା କରାଯାଉଛି । ଏଥିସହିତ ୧୦ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।

କରମଣ୍ଡଳ ଦୁର୍ଘଟଣାରେ ଆହତ ହୋଇଥିବା ଆହତଙ୍କ ମଧ୍ୟରୁ ୧୯୩ ଜଣ କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ୫୧ ଜଣ ଯାତ୍ରୀ ସୁସ୍ଥ ହୋଇ ଫେରି ସାରିଛନ୍ତି । ଏହାପରେ ୧୪୨ ଜଣ ଯାତ୍ରୀ ଏବେ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୧୦ ଜଣ ଆଇସିୟୁରେ ଚିକିତ୍ସାରତ ଅଛନ୍ତି । ତେବେ ଖୁବଶୀଘ୍ର ଏମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ମଧ୍ୟ ସୁଦାର ଆସିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.