‘ଯଦି ପଚରାଯାଏ କାହିଁକି ରେଳ ଦୁର୍ଘଟଣା ଘଟିଲା..ସେ କହିବେ କଂଗ୍ରେସ ୫୦ ପୂର୍ବେ ଏହା କରିଥିଲା’, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କଲେ ରାହୁଲ

News across the Earth, news close to your heart, Read Odisha Bhaskar English

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶାରେ ହୋଇଥିବା ରେଳ ଦୁର୍ଘଟଣା ଉପରେ ପୁଣି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ କିଛି ମଧ୍ୟ ପଚାରିଲେ ସେ ଇତିହାସକୁ ଯାଉଛନ୍ତି ବୋଲି ରାହୁଲଗାନ୍ଧୀ କହିଛନ୍ତି । ତାଙ୍କୁ ଯଦି ପଚରା ଯାଏ, ଟ୍ରେନ ଦୁର୍ଘଟଣା କାହିଁକି ଘଟିଲା, ସେ କହିବେ କଂଗ୍ରେସ ୫୦ ବର୍ଷ ପୂର୍ବରୁ ଏହା କରିଥିଲା ।

ସୂଚନା ଅନୁଯାୟୀ, ରାହୁଲ ଗାନ୍ଧୀ ବର୍ତ୍ତମାନ ଏକ ସପ୍ତାହ ପାଇଁ ଆମେରିକା ଗସ୍ତରେ ଅଛନ୍ତି । ସେ ସେ ସେଠାରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇ ମୋଦୀ ସରକାରଙ୍କ ବିରୋଧରେ ଆକ୍ରମଣ ଜାରି ରଖିଛନ୍ତି । ଆଜି ସେ ଆମେରିକାର ନ୍ୟୁୟର୍କରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବା ସମୟରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ପୁଣି କହିଛନ୍ତି, ଯଦି ତାଙ୍କୁ ପଚରାଯିବ ଟେକ୍ସଟ ବୁକରୁ ନିଜ ପିରୋଓଡିକ ଟେବୁଲ କାହିଁକି ହଠାଯାଇଛି, ତେବେ ସେ କହିବେ କଂଗ୍ରେସ ୬୦ ବର୍ଷ ପୂର୍ବରୁ ଏହା କରିଥିଲା ।

ରାହୁଲଗାନ୍ଧୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର କାର ଚଲାଇବାକୁ ଚାହୁଁଛନ୍ତି ହେଲେ ସେ ସର୍ବଦା ପଛ ସିଟକୁ ଚାହିଁ ଚଲାଉଛନ୍ତି । ସେ ଜାଣିପାରୁନାହାନ୍ତି ଯେ, କାର କାହିଁକି ଆଗକୁ ବଢିପାରୁନି, ବହୁବାର କାହିଁକି ପିଟି ହେଉଛି । ଏହା ବିଜେପି ଦଳର ଚିନ୍ତାଧାରା । ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦା ଇତିହାସକୁ ଦେଖି ଲୋକମାନଙ୍କ ଉପରେ ଦୋଷ ଲଦି ଦେଉଛନ୍ତି । ସେ ଭବିଷ୍ୟତରେ କଣ ହେବ ସେ କଥା ଚିନ୍ତା କରିବା ଆବଶ୍ୟକ ।

Get real time updates directly on you device, subscribe now.