fbpx

IPL ରୁ କେତେ ଟଙ୍କା ରୋଜଗାର କରିଛନ୍ତି କ୍ୟାପଟେନ କୁଲ? ପ୍ରତି ମ୍ୟାଚରେ ଏତିକି ଟଙ୍କା ପାଆନ୍ତି ମାହି

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ଫାଇନାଲ ମ୍ୟାଚରେ ଗୁଜୁରାଟ ଟାଇଟନ୍ସକୁ ମାତ୍ ଦେଇ ଚମ୍ପିଆନ୍ ହୋଇଛି ଚେନ୍ନାଇ ସୁପର କିଙ୍ଗସ । ଅଧିନାୟକ ଭାବରେ ଏମ.ଏସ ଦୋନୀ ଦଳକୁ ପଞ୍ଚମ ଟାଇଟଲ ଭେଟି ଦେଇଛନ୍ତି । ତେବେ କୌଣସି ଦଳ ପାଇଁ ସର୍ବାଧିକ ଟ୍ରଫି ଜିତିବା ସହ ଧୋନୀ ରୋଜଗାରରେ ମଧ୍ୟ ଟପ୍ ରେ ରହିଛନ୍ତି କ୍ୟାପଟେନ କୁଲ । ଆଇପିଏଲରେ ସବୁଠାରୁ ମହଙ୍ଗା ଖେଳାଳିମାନଙ୍କ ତାଲିକାରେ ମାହିଙ୍କ ନାମ ମଧ୍ୟ ସାମିଲ ରହିଛି । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ପରେ ମଧ୍ୟ ଆଇପିଏଲରେ ପ୍ରତି ମ୍ୟାଚ ପାଇଁ ତାଙ୍କର ଫିସ୍ କୌଣସି ଆକ୍ଟିଭ ପ୍ଲେୟର୍ସଙ୍କ ଠାରୁ କମ୍ ନାହିଁ ।

MS Dhoni Is 100 Percent Playing: Chennai Super Kings Refute Report Of  Injury To Their Skipper Before IPL 2023 | Cricket News, Times Now

ଚଳିତବର୍ଷ ଆଇପିଏଲ ପାଇଁ ଧୋନୀଙ୍କୁ ୧୨ କୋଟି ଟଙ୍କାରେ ରିଟେନ୍ କରିଥିଲା ଚେନ୍ନାଇ ସୁପର କିଙ୍ଗସ । ତାଙ୍କର ନେତୃତ୍ୱ, ୱିକେଟ କିପିଙ୍ଗ ଦକ୍ଷତା ଏବଂ ଫିନିସିଙ୍ଗ ପାଇଁ ସେ ଆଜି ବି ସର୍ବଶ୍ରେଷ୍ଠ ଖେଳାଳି ହୋଇ ରହିଛନ୍ତି । ତେଣୁ ଧୋନୀଙ୍କ ପାଇଁ ଯେ କୌଣସି ଦଳ କୋଟି କୋଟି ଟଭ୍କା ଖର୍ଚ୍ଚ କରିବାକୁ ପଛଘୁଞ୍ଚା ଦେବ ନାହିଁ । ତେବେ ଧୋନୀ ଆଇପିଏଲ-୨୦୨୩ ପାଇଁ ୧୨ କୋଟି ନେଇଥିବା ବେେ ସିଜନରେ ମୋଟ ୧୪ଟି ଲିଗ୍ ମ୍ୟାଚ ଖେଳିଛନ୍ତି । ଅର୍ଥତ୍ ତାଙ୍କର ଦରମା ୧୪ ଟି ମ୍ୟାଚ ପାଇଁ ୧୨ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଅର୍ଥାତ୍ ଧୋନୀଙ୍କ ମ୍ୟାଚ ପ୍ରତି ଫିସ୍ ହେଉଛି ୮୫.୭୧ ଲକ୍ଷ ଟଙ୍କା ।

How many T20 trophies has MS Dhoni won as a captain? World Cup, IPL, Asia  Cup, and more | Sporting News India

ତେବେ ଆଜି ପର୍ଯ୍ୟନ୍ତ ଧୋନୀ କେବଳ ଆଇପିଏଲରୁ ୧୭୬ କୋଟି ଟଙ୍କା ରୋଜଗାର କରି ସାରିଛନ୍ତି । ୨୦୦୮ ଆଇପିଏଲର ପ୍ରଥମ ସିଜନରେ ସେ ମାତ୍ର ୬ କୋଟି ଟଙ୍କାରେ ଚେନ୍ନାଇ ସୁପନର କିଙ୍ଗସ ସହ ଯୋଡି ହୋଇଥିଲେ । ତେବେ ଏହାପୂର୍ବରୁ ୨୦୧୮ ମସିହାରେ ଧୋନୀଙ୍କ ପାଇଁ ସିଏସକେ ୧୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ତେବେ ଏହି ତାଲିକାରେ ଧୋନୀ ଏବି ଡିଭିଲିୟର୍ସ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ପ୍ରଥମ ସ୍ତାନରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା(୧୭୮ କୋଟି) ରହିଥିବା ବେଳେ ୧୭୩ କୋଟି ସହ ତୃତୀୟ ସ୍ଥାନରେ ପୂର୍ବତନ ଅଧିନାୟକ ବିରାଟ କୋହଲି ରହିଛନ୍ତି ।

Get real time updates directly on you device, subscribe now.