ପୁଣି ଜଳିଗଲେ ଆଉ ଜଣେ ଯୁବତୀ; ବାପା ଆଣିଲେ ସାଂଘାତିକ ଅଭିଯୋଗ, ପୁରୁଷ ବନ୍ଧୁ କରୁଥିଲା ବ୍ଲାକମେଲିଂ
ପୁଣି ଜଳିଗଲେ ଆଉ ଜଣେ ଯୁବତୀ । କିରୋସିନି ଢାଳି ହୋଇ ଘର ଭିତରେ ଜିଅନ୍ତା ଜଳିଗଲେ ଯୁବତୀ ।
କେନ୍ଦ୍ରାପଡ଼ା: ପୁଣି ଜଳିଗଲେ ଆଉ ଜଣେ ଯୁବତୀ । କିରୋସିନି ଢାଳି ହୋଇ ଘର ଭିତରେ ଜିଅନ୍ତା ଜଳିଗଲେ ଯୁବତୀ । ଯୁବତୀ ଜଣକ ଜଳିଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ଏଭଳି ଅବାବନୀୟ ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ଥାନା ବଡ଼ପଦା ଅଞ୍ଚଳରେ। ଯୁବତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସର ତଦନ୍ତ ଜାରି ରହିଛି ।
ତେବେ ଯବତୀ ଜଣକ ଯୁକ୍ତ 3 ଶେଷ ବର୍ଷର ଛାତ୍ରୀ ଥିଲେ । ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଏଯାବତ୍ ସ୍ପଷ୍ଟ ହୋଇନି ।
ସେପଟେ ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତ ଯୁବତୀଙ୍କ ବାପା । ଝିଅର ପୁରୁଷ ବନ୍ଧୁ ବ୍ଲାକମେଲିଂ କରୁଥିବା ସେ କହିଛନ୍ତି । ଅଶ୍ଳୀଳ ଫଟୋ ଓ ଭିଡିଓ ଜରିଆରେ ବ୍ଲାକମେଲିଂ କରୁଥିଲା ଯବକ । ଗ୍ରାମଞ୍ଚଳ ଥାନାରେ 6 ମାସ ପୂର୍ବରୁ ଅଭିଯୋଗ କରିଥିଲୁ ଏବଂ ଲିଖିତ ଅଭିଯୋଗ କରିବାକୁ ପୋଲିସ କହିଥିବା କହିଛନ୍ତି ମୃତ ଛାତ୍ରୀଙ୍କ ବାପା । ପୋଲିସ ପହଞ୍ଚି ନଥିବାରୁ ସତ୍ୟା ସତ୍ୟ ଏଯାବତ ସ୍ପଷ୍ଟ ହୋଇନାହିଁ ।
ଅନ୍ୟପଟେ ଛାତ୍ରୀ ଜଳିଯିବା ଘଟଣାରେ ତୁରନ୍ତ ହସ୍ତକ୍ଷେପ କଲେ ଡିଜିପି । କେନ୍ଦ୍ରାପଡ଼ା ଏସପିଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯିବାକୁ ପୋଲିସ ଡିଜିଙ୍କ ନିର୍ଦ୍ଦେଶ । କେଉଁ ପରିସ୍ଥିତିରେ ଛାତ୍ରୀ ଆତ୍ମହତ୍ୟା କଲେ ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ଡିଜି ନିର୍ଦ୍ଦେଶ ଦେଇଛନ୍ତି । କେବେ ଓ କେଉଁ ଥାନାରେ ଅଭିଯୋଗ କରିଥିଲେ, ତାହା ମଧ୍ୟ ଯାଞ୍ଚ କରିବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜି ।