fbpx

ଆଣ୍ଟାର୍କଟିକାରେ ଏବେ ଚାରିଆଡ଼େ କେବଳ ଅନ୍ଧାରର ରାଜୁତି: ଆସନ୍ତା ଅକ୍ଟୋବର ମାସରେ ଦେଖିବାକୁ ମିଳିବ ସୂର୍ଯ୍ୟ କିରଣ

ନୂଆଦିଲ୍ଲୀ: ଆଣ୍ଟାର୍କଟିକାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସାମ୍ନାକୁ ଆସିଛି । ଆସନ୍ତା ଛଅ ମାସ ପର୍ଯ୍ୟନ୍ତ ଏହି ମହାଦେଶରେ ସୂର୍ଯ୍ୟଙ୍କୁ ଦେଖିବାକୁ ମିଳିବ ନାହିଁ । ଆଣ୍ଟାର୍କଟିକାରେ ସୂର୍ଯ୍ୟାସ୍ତ ହୋଇ ସାରିଥିବାରୁ ଆସନ୍ତା ଛଅ ମାସ ସେଠାରେ କେବଳ ଅନ୍ଧାର ହିଁ ଅନ୍ଧାର ଦେଖିବାକୁ ମିଳିବ । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଦୁନିଆର ପ୍ରତ୍ୟେକ ସ୍ଥାନରେ ସୂର୍ଯ୍ୟ ଉଦୟ ହେବେ, ମାତ୍ର ଆଣ୍ଟାର୍କଟିକାରେ ଅନ୍ଧାରର ରାଜୁତି ଦେଖିବାକୁ ମିଳିବ । ଯେଉଁ ସମୟରେ ଆପଣମାନେ ଗ୍ରୀଷ୍ମର ପ୍ରକୋପରେ କଲବଲ ହୋଇ ଦେହରୁ ଝାଳ ବୁହାଉଥିବେ, ସେହି ସମୟରେ ଆଣ୍ଟାର୍କଟିକାରେ ସର୍ଦ୍ଦି ଆରମ୍ଭ ହେବାକୁ ଯାଉଛି ।

ଜଣାପଡ଼ିଛି ଯେ, ଏହି ମୌସୁମୀ ସମୟରେ ଆଣ୍ଟାର୍କଟିକାରେ ସର୍ବାଧିକ ଗବେଷଣା କରାଯାଇଥାଏ । ଆସନ୍ତା ଛଅ ମାସ ପର୍ଯ୍ୟନ୍ତ ୟୁରୋପୀୟ ମହାକାଶ ଏଜେନ୍ସି ଓ ତତସମ୍ବନ୍ଧିତ ସଂସ୍ଥାର ବୈଜ୍ଞାନିକମାନେ ଭିନ୍ନ ଭିନ୍ନ ପ୍ରକାରର ରିସର୍ଚ୍ଚ କରିବେ । ଗତ ୧୨ ତାରିଖରେ ଆଣ୍ଟାର୍କଟିକାରେ ଚଳିତ ବର୍ଷର ଶେଷ ସୂର୍ଯ୍ୟାସ୍ତ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସେଠାରେ ଅନ୍ଧାର ଛାଇ ରହିଥିବାରୁ କନକର୍ଡିଆ ରିସର୍ଚ୍ଚ ଷ୍ଟେସନ ନିକଟରେ ତାପାମତ୍ରା ମାଇନସ୍ ୮୦ ଡିଗ୍ରୀ ସେଲସିୟସ୍ ରହିଛି ।

ତେବେ ଏପରି ସ୍ଥିତିରେ ଆସନ୍ତା ଛଅ ମାସ ପର୍ଯ୍ୟନ୍ତ ଆଣ୍ଟାର୍କଟିକାକୁ କେହି ଯିବେ ନାହିଁ କି ସେଠାରୁ କେହି ବାହାରକୁ ବାହାରିବେ ନାହିଁ । ଅନେକ ବିମାନ, ଖାଇବା, ପିଇବା ସାମଗ୍ରୀ ସେଠାକୁ ପଠାଯିବ ନାହିଁ । ବର୍ତ୍ତମାନ କନକର୍ଡିଆ ରିସର୍ଚ୍ଚ ଷ୍ଟେସନରେ ୧୨ ଜଣ ସାଇଣ୍ଟିଷ୍ଟ ରହିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସେଠାକୁ ଯେତିକି ଖାଦ୍ୟ ସାମଗ୍ରୀ ଯାଇଛି, ତାହାକୁ ସେମାନେ ସମସ୍ତେ ଖାଇ ନିଜ ନିଜର ଜୀବନ ବଞ୍ଚାଇବେ । ଆଣ୍ଟାର୍କଟିକାରେ ରହିଥିବା ସାଇଣ୍ଟିଷ୍ଟ ଓ ଆଖପାଖର ଲୋକମାନେ ଆସନ୍ତା ଅକ୍ଟୋବର ମାସରେ ସୂର୍ଯ୍ୟ କିରଣ ଦେଖିବାର ସୌଭାଗ୍ୟ ଲାଭ କରିବେ ।

Get real time updates directly on you device, subscribe now.