fbpx

ମୋଟା ଲୋକଙ୍କୁ ଖୁବ୍ ସହଜରେ ଗ୍ରାସ କରେ ୫ଟି ରୋଗ, ଜାଣନ୍ତୁ କଣ

ଓଡ଼ିଶା ଭାସ୍କର ବ୍ୟୁରୋ: ନଭେମ୍ବର ୨୬ ତାରିଖକୁ ପ୍ରତିବର୍ଷ ଆଣ୍ଟି-ଓବେସିଟି ଡେ ଭାବରେ ପାଳନ କରାଯାଏ । ଏହି ଦିନକୁ ପାଳନ କରିବାର ମୁଖ୍ୟ କାରଣ ହେଉଛି ମୋଟାପଣ ଓ ସେଥିପାଇଁ ହେଉଥିବା ବିଭିନ୍ନ ରୋଗ ସଂକ୍ରାନ୍ତରେ ଲୋକଙ୍କୁ ସଜାଗ କରିବା । କିଛି ଲୋକ ଏପରି ରହିଛନ୍ତି ଯେଉଁ ମାନେ ଖୁବ୍ କମ୍ ସମୟରେ ମୋଟା ହୋଇଯାଆନ୍ତି । ଯାହାଫଳରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ତେବେ ଚାଲନ୍ତୁ ଜାଣିବା ଏହି ମୋଟାପଣ କାରଣରୁ କଣ କଣ ରୋଗ ଶରୀରକୁ ଗ୍ରାସ କରିଥାଏ ।

କରୋନାରୀ ଆରଟେରୀ ଡିଜିଜ୍:

ଇସ୍କେମିକ୍ ଷ୍ଟ୍ରୋକ୍ ଏବଂ କରୋନାରୀ ଧମନୀ ରୋଗ ବିପଜ୍ଜନକ ଏବଂ ଏହା ପଛରେ ମୁଖ୍ୟ କାରଣ ହେଉଛି ମୋଟାପଣ । ଏଥିରେ ଚର୍ବି ଏବଂ କୋଲେଷ୍ଟ୍ରଲ, ଧମନୀ ଭିତରେ ଜମା ହେବା ଆରମ୍ଭ କରେ, ଯେଉଁ କାରଣରୁ ଷ୍ଟ୍ରୋକ ହେବାର ଆଶଙ୍କା ଥାଏ । ସ୍ୱାସ୍ଥ୍ୟ ବିଶେଷଙ୍କ କହିବାନୁସାରେ, ମେଦବହୁଳତା ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ହୃଦରୋଗର ସମ୍ଭାବନାକୁ ବଢ଼ାଇଦେଇଥାଏ ।

ଟାଇପ୍-୨ ଡାଇବେଟିସ୍:

ଟାଇପ୍-୨ ଡାଇବେଟିସ୍ ରୋଗରେ ଆକ୍ରାନ୍ତ ହୋଇଥିବା ଅଧିକାଂଶ ବ୍ୟକ୍ତି ମୋଟା ହୋଇଥାନ୍ତି । ବିଶେଷଜ୍ଞ ମାନେ କୁହନ୍ତି ଯେ, ଓଜନ କମ୍ କରିବା, ସନ୍ତୁଳିତ ଖାଦ୍ୟ ଖାଇବା, ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା ଓ ଅଧିକ ଶାରୀରିକ ବ୍ୟାୟାମ କରିବା ଦ୍ୱାରା ଟାଇପ୍ -୨ ଡାଇବେଟିସ୍ ସମ୍ବାବନା କମ୍ ହୋଇଥାଏ ।

ଗଲ୍ ବ୍ଲାଡାର୍ ଜନିତ ରୋଗ:

ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ କହିବା କଥା ଯେ, ମୋଟା ଲୋକଙ୍କ ଠାରେ ଗାଲ୍ ବ୍ଲାଡାର୍ ବା ଷ୍ଟୋନ୍ ହେବାର ଆଶଙ୍କା ଅଧିକ ଥାଏ । ତେବେ ଏହି ରୋଗରେ ଆକ୍ରାନ୍ତ ଥିଲେ ଓଜନକୁ ଦ୍ରୁତ ଗତିରେ ହ୍ରାସ କରିହେବ ନାହିଁ ।

ଅଷ୍ଟିଓଆର୍ଥରାଇଟିସ୍:

ଅଷ୍ଟିଓଆର୍ଥରାଇଟିସ୍ ହେବା ଦ୍ୱାରା ଆଣଣ୍ଠୁ, ଗଣ୍ଠି ଓ ପିଟି ଉପରେ ଖୁପ୍ ପ୍ରଭାବ ପଡ଼ିଥାଏ । ମୋଟାପଣ କାରଣରୁ ଆଣଣ୍ଠୁ, ଗଣ୍ଠି ଆଦି ଖୁବ୍ ବିନ୍ଧା ହୋଇଥାଏ । ତେଣୁ ଓଜନ କମ୍ କରିବା ଦ୍ୱାରା ଆଣ୍ଠୁ, ଜଏଣ୍ଟ ଆଦି ଉପରେ ଅଧିକ ପ୍ରଭାବ ପଡ଼ିବ ନାହିଁ ।

ସ୍ଲିପ୍ ଏପନିଆ:

ଏହା ଏକ ଏପରି ରୋଗ ଯାହା ସିଧାସଳଖ ମୋଟାପଣ ସହ ଜଡ଼ିତ । ଏହି କାରଣରୁ ଖୁବ୍ ଜୋରରେ ଘୁଙ୍ଗୁଡ଼ି ଆସିଥାଏ । ଶୋଇବା ସମୟରେ ଠିକ୍ ଭାବେ ନିଶ୍ୱାସ ନେଇପାରନ୍ତି ନାହିଁ । ସ୍ଲିପ୍ ଏପନିଆ ଦ୍ୱାରା ଦିନରେ ନିଦ ଆସିଥାଏ ଓ ହୃଦରୋଗ ଆଶଙ୍କା ଶରୀରରେ ବଢ଼ିଥାଏ ।

Get real time updates directly on you device, subscribe now.