fbpx

ପତିଙ୍କ ସହିତ ଝଗଡ଼ା ପରେ ୩୦୦ ଫୁଟ ଗଭୀର ଜଳପ୍ରପାତକୁ ଲମ୍ଫ ପ୍ରଦାନ କଲେ ମହିଳା, ତା’ପରେ

ନୂଆଦିଲ୍ଲୀ: ପତି-ପତ୍ନୀଙ୍କ ମଧ୍ୟରେ ଝଗଡ଼ା ଏକ ସାଧାରଣ କଥା । ତେବେ ଅନେକ ସମୟରେ ଏହି ଘଟଣାକୁ ନେଇ କରି ହତ୍ୟା, ଆତ୍ମହତ୍ୟା ଭଳି ଭୟଙ୍କର ପରିଣତି ଦେଖିବାକୁ ମିଳୁଛି । ମଧ୍ୟପ୍ରଦେଶରେ ଏପରି ଏକ ଘଟଣା ଘଟିଛି । ପତିଙ୍କ ସହିତ ଝଗଡ଼ା ହେବାରୁ ଜଣେ ମହିଳା ୩୦୦ ଫୁଟ ଗଭୀର ଜଳପ୍ରପାତକୁ ଡେଇଁଥିଲେ । ଜବଲପୁରର ଭେଡ଼ାଘାଟ ପର୍ଯ୍ୟଟନ ସ୍ଥଳକୁ ବୁଲିବାକୁ ଯାଇଥିବା ସମୟରେ ଏହି ଘଟଣାଟି ଘଟିଛି ।

ରିପୋର୍ଟ ମୁତାବକ, ଧୂଆଁଧାର ଜଳପ୍ରପାତକୁ ୪୫ ବର୍ଷୀୟା ମହିଳା ଜଣଙ୍କ ଡେଇଁବା ପରେ ସେଠାରେ ଉପସ୍ଥିତ ପର୍ଯ୍ୟଟକମାନେ ଦୌଡ଼ି ଆସିଥିଲେ । ମାତ୍ର ତାଙ୍କୁ ବଞ୍ଚାଇବାକୁ ଏତେ ଗଭୀର ଜଳପ୍ରପାତକୁ ଡେଇଁବାକୁ କେହି ସାହାସ କରିନଥିଲେ । ଅନେକଙ୍କୁ ପହଁରିବା ମଧ୍ୟ ଜଣା ନଥିଲା । ତେବେ ଠିକ ସମୟରେ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ମହିଳାଙ୍କୁ ଶେଷରେ ବଞ୍ଚାଇବାରେ ସଫଲ ହୋଇଥିଲେ । ଏହି ଜଳପ୍ରପାତରେ ତଳକୁ ଖସିଲେ ସାଧାରଣତଃ କେହି ବଞ୍ଚନ୍ତି ନାହିଁ । ମାତ୍ର ଉକ୍ତ ମହିଳାଙ୍କ ଭାଗ୍ୟ ସାଥ୍ ଦେଇଥିବା କୁହାଯାଉଛି । ଏହି ଘଟଣା ପରେ ଭେଡ଼ାଘାଟ ପୋଲିସ ପହଞ୍ଚି ମହିଳାଙ୍କୁ ପଚରାଉଚରା କରିଥିଲା । ତେବେ ଅନ୍ୟମନସ୍କ କାରଣରୁ ଗୋଡ଼ ଖସି ଯାଇଥିବା ମହିଳା ଜଣଙ୍କ ପୋଲିସକୁ କହିଥିଲେ । ବାସ୍ତବରେ କିନ୍ତୁ ପତି-ପତ୍ନୀଙ୍କ ଝଗଡ଼ା ହିଁ ମୁଖ୍ୟ କାରଣ ଥିଲା ।

Get real time updates directly on you device, subscribe now.