fbpx

ଆପଣଙ୍କୁ ସମୟ ପୂର୍ବରୁ ବୁଢ଼ା କରିଦିଏ ଏହି ୫ଟି ଖାଦ୍ୟ

ଓଡ଼ିଶା ଭାସ୍କର ବ୍ୟୁରୋ: ସମୟ ପୂର୍ବରୁ ବୁଢ଼ା ହେବା କାହାକୁ ବି ପସନ୍ଦ ନୁହେଁ । ହେଲେ ଖରାପ ଜୀବନ ଶୈଳୀ କାରଣରୁ ଆପଣଙ୍କ ଚେହେରାରେ କୁଞ୍ଜନତା ଦେଖାଯିବା ଆରମ୍ଭ ହୋଇଯାଏ । ବିଶେଷଜ୍ଞ ମଧ୍ୟ ଖରାପ ତ୍ୱଚା ପାଇଁ ଦୁଇଟି ଜିନିଷକୁ ଦାୟୀ ଭାବରେ ନେଇଥାନ୍ତି । ପ୍ରଥମଟି ହେଲା ଖରାରେ ଦରକାରଠୁ ଅଧିକ ରହିବା ଓ ଅନ୍ୟଟି ହେଲା ଗ୍ଲାଇକେସନ୍ ଆଣ୍ଡ ପ୍ରଡକ୍ଟସ୍ । ଗ୍ଲାଇକେସନ୍ ଆଣ୍ଡ ପ୍ରଡକ୍ଟସ୍ ପ୍ରୋଟିନ୍ କିମ୍ବା ଫ୍ୟାଟ୍ ସହିତ ଚିନି ମିଶିବା ଦ୍ୱାରା ସୃଷ୍ଟି ହୋଇଥାଏ । ତେଣୁ ଏହି ଦୁଇଟି ଜିନିଷକୁ କଣ୍ଟ୍ରୋଲ୍ କରିବା ନିହାତି ଆବଶ୍ୟକ । ଖରାକୁ ଯିବା ପୂର୍ବରୁ ପ୍ରଥମ ସନସ୍କ୍ରିନ୍ ବ୍ୟବହାର କରନ୍ତୁ ଓ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ରଖନ୍ତୁ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଆମ ଦୈନାନ୍ଦିନ ଖାଦ୍ୟରେ ଏଭଳି କିଛି ଜିନିଷ ରହିଛି ଯାହା ସମୟ ପୂର୍ବରୁ ଆପଣଙ୍କୁ ବୁଢ଼ା କରିଦେଇପାରେ । ତେଣୁ ଆପଣ ଯଦି ସମୟ ପୂର୍ବରୁ ବୁଢ଼ାବୁଢ଼ି ପରି ଦେଖାଯିବାକୁ ଚାହୁଁନାହାନ୍ତି ଓ ସ୍କିନ୍ କୁ ଚମକଦାର୍ ବନାଇବାକୁ ଚାହୁଁଛନ୍ତି ତେବେ ଏହି ୫ଟି ଖାଦ୍ୟକୁ ଛାଡ଼ିବାକୁ ହେବ ।

ଏହି କ୍ରମରେ ରହିଛି ଫ୍ରେଞ୍ଚ୍ ଫ୍ରାଇସ୍, ଚିନି, ସୋଡ଼ା କିମ୍ବା କଫି, ଆଲକୋହଲ୍ ଓ ଅଧିକ ଫ୍ଲେମ୍ ରେ ରନ୍ଧା ଯାଇଥିବା ଖାଦ୍ୟଠାରୁ ଦୁରେଇ ରୁହନ୍ତୁ । ଅଧିକ ତେଲଜାତୀୟ ଖାଦ୍ୟରେ ଫ୍ରୀ ରେଡିକଲସ୍ ବାହାରିଥାଏ । ଯାହାଫଳରେ ସ୍କିନ୍ ଖରାପ ହୋଇଯାଏ ଓ ମୋଟାପଣ ମଧ୍ୟ ବଢିଯାଇଥାଏ । ଏହିସବୁ ଖାଦ୍ୟରେ ରହିଥିବା ଫ୍ରୀ ରେଡିକଲସ୍ ଏଜିଂ ପ୍ରୋସେସ୍ କୁ ଦ୍ରୁତ କରେ ।

Get real time updates directly on you device, subscribe now.